କଠୋର ଅଧ୍ୟବସାୟର ଫଳ : ଓଏଏସ୍ ପାଇଲେ ବିଷ୍ଣୁ ଗୋବିନ୍ଦ

କଳାହାଣ୍ଡି,୭/୧ (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର(୨୦୦୫ମାଟ୍ରିକ ବ୍ୟାଚ) ବିଷ୍ଣୁ ଗୋବିନ୍ଦ ଓଏଏସ୍ ପରୀକ୍ଷାରେ ଓଡ଼ିଶାରେ ୭୬ର‌୍ୟାଙ୍କରେ କୃତୀତ୍ୱ ହାସଲ କରିଥିବା ଜଣାଯାଇଛି । କଳାହାଣ୍ଡି ଜିଲ୍ଲା ପାଷ୍ଟିକୁଡ଼ିର ମୂଳନିବାସୀ ଗୋପାଳକୃଷ୍ଣ ବାରିକ ଏବଂ ମାତା ଗୀତାଞ୍ଜଳି ବେହେରାଙ୍କ କନିଷ୍ଠ ପୁତ୍ର ବିଷ୍ଣୁ ଗୋବିନ୍ଦ ନିଜର ପ୍ରାଥମିକ ଶିକ୍ଷା ମ.ରାମପୁରଠାରେ ଆରମ୍ଭ କରି ମ୍ୟାଟ୍ରିକରେ ୯୦.୬୦ପ୍ରତିଶତ ମାର୍କ ରଖିବା କୃତକାର୍ଯ୍ୟ ହେବାପରେ ବିଜେବିରେ + ୨ (୮୯.୬୦ପ୍ରତିଶତ) ଓ ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱରରେ ବିଟେକ୍ ଅଧ୍ୟୟନ ସାରି ଟାଟା କନସଲଣ୍ଟାନ୍ସି ଭୁବନେଶ୍ୱରେ ସଫ୍ଟୱେର ଇଞ୍ଜିନିୟର ଭାବରେ ଚାକିରୀ କରୁଛନ୍ତି । ଛାତ୍ରାବସ୍ଥାରୁ ନିଜକୁ ପ୍ରଶାସନିକ ସେବାରେ ମନୋନିବେଶ କରିଥିବା ବିଷ୍ଣୁ ନିଜର ଏହି ସଫଳତାପରେ ନିଜ ଗାଁ ପାଷ୍ଟିକୁଡ଼ି ହେଇଥିଲେ ମଧ୍ୟ ମୋର ଦ୍ୱିତୀୟ ଗୃହ ଭାବରେ ମ.ରାମପୁରକୁ ଭୁଲିପାରିବି ନାହିଁ ଏବଂ ମୋର ଶୈଶବ ମ.ରାମପୁରର ତଳସାଗରପଡ଼ାଠାରେ କଟିବା ସହିତ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭୂମିକାକୁ ଜୀବନରେ ଭୁଲିପାରିବି ନାହିଁ କାରଣ ହାଇସ୍କୁଲ ସମୟରେ ମୋର ସ୍ୱପ୍ନ ର ବୀଜ ବପନ ହେଇଥିଲା,ଯାହା ଆଜି ଫଳ ସ୍ୱରୂପ ମୋତେ ମିଳିଛି । ଯାହାର ସମସ୍ତ ଶ୍ରେୟ ମୋର ସମସ୍ତ ଗୁରୁ/ସହପାଠୀ ବଡ଼ଭାଇ ବିଷ୍ଣୁ ମହେଶଙ୍କୁ ଦେବା ସହିତ ଯଦି କେବେ ମ.ରାମପୁରର ସେବା କରିବାର ସୁଯୋଗ ପାଇବି ତେବେ ନିଜକୁ ଧନ୍ୟ ମନେକରିବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତାଙ୍କରି ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Omkar Vasthu
Omkar Vasthu

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.