କେସିଙ୍ଗା ରେଳ ଓଭରବ୍ରିଜ ନିର୍ମାଣ ପ୍ରସଙ୍ଗ : ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ

ଭବାନୀପାଟଣା,୨୨/୧: କେସିଙ୍ଗା ରେଳ ଓଭରବ୍ରିଜ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର ସଡ଼କ ପରିବହନ ଓ ରାଷ୍ଟ୍ରୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ବିଶିଷ୍ଟ ସମାଜସେବୀ, କବି ତଥା ‘ସାଇନିଂ କଳାହାଣ୍ଡି’ର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୬ରେ କେସିଙ୍ଗା ରେଳ ଓଭରବ୍ରିଜ ନିର୍ମାଣ ପାଇଁ ମନ୍ତ୍ରାଳୟ ପକ୍ଷରୁ ୨୦୫.୭୪ କୋଟି ଟଙ୍କା ଅର୍ଥ ବରାଦ ହୋଇଥିଲା। କିନ୍ତୁ ଅତିରିକ୍ତ ଜମି ଅଧିଗ୍ରହଣ ରାଶି ୫୭.୯୧ କୋଟି ଟଙ୍କା ରାଜ୍ୟ ସରକାର ଦିଅନ୍ତୁ ବୋଲି କେନ୍ଦ୍ର ମତପୋଷଣ କରୁଥିବାରୁ ଏହି ପ୍ରକଳ୍ପ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ଯେହେତୁ ଏହା ଏକ ଅନ୍ତଃରାଜ୍ୟ ମାମଲା ଓ ଏହି ରାସ୍ତାରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଆଦି ରାଜ୍ୟ ନିର୍ଭର କରୁଛନ୍ତି, ତେଣୁ ସମସ୍ତ ଜମି ଅଧିଗ୍ରହଣ ରାଶି କେନ୍ଦ୍ର ସରକାର ବହନ କରିବାକୁ ପୁନର୍ବିଚାର କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆବେଦନ ପତ୍ର ଭିତ୍ତିରେ ଶ୍ରୀ ନିଆଲ ଦାବି କରିଛନ୍ତି।

Omkar Vasthu
Omkar Vasthu

ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.