ଗ୍ରାମବାସୀଙ୍କ ଶ୍ରମଦାନରେ ୫ କିମି ରାସ୍ତା ନିର୍ମାଣ ଘଟଣା : ଟୁରିସେମେଲ ଗାଁରେ ପହଁଚିଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ଼,୧୬/୨ : ଶ୍ରମଦାନ କରି ୫ କିମି ରାସ୍ତା ନିର୍ମାଣ କରିଥିବା ଟୁରିସେମେଲବାସୀଙ୍କ ପାଖରେ ପହଞ୍ଚିଛି ଲାଞ୍ଜିଗଡ ବ୍ଲକ ପ୍ରଶାସନ। ପ୍ରକାଶ ଯେ, ଲାଞ୍ଜିଗଡ଼ ବ୍ଲକ ମଳିଯୁବାଙ୍ଗ ପଞ୍ଚାୟତର ଟୁରିସେମେଲ ଗାଁକୁ ରାସ୍ତା ଟିଏ ତିଆରି ହୋଇ ପାରିନଥିଲା । ଏବିଷୟରେ ବାରମ୍ବାର ପ୍ରସାଶନକୁ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଶେଷରେ ଗ୍ରାମବାସୀ ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରିବାକୁ ଆଗେଇ ଆସିଥିଲେ। ୫କିମି ରାସ୍ତା ନିର୍ମାଣ କରିବାକୁ ସପଥ ନେବା ସହ ଏହି ରାସ୍ତା କାମରେ ଗ୍ରାମବାସୀ ସାମିଲ ହୋଇଥିଲେ। ଏଥିପାଇଁ ପରିବାରର ଜଣେ ଲେଖା ସଦସ୍ୟ ଲାଗି ପଡ଼ିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯେଉଁମାନେ କାମରେ ସାମିଲ ନ ହେବେ ସେଥିପାଇଁ ଦୈନିକ ଶହେ ଟଙ୍କା ଜରିମାନା ବ୍ୟବସ୍ଥା ମଧ୍ୟ କରା ଯାଇଥିଲା। ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା। ଏହି ଖବର ଗତ ୧୧ ତାରିଖ ‘ଓଡିଆ ବାର୍ତ୍ତା’ ରେ ପ୍ରକାଶ ପାଇବା ପରେ ଶନିବାର ବ୍ଲକ ପ୍ରଶାସନ ଟୁରିସେମେଲ ଗାଁକୁ ଯାଇ ୫ କିମି ରାସ୍ତା ନିର୍ମାଣ କରିଥିବା ସମସ୍ତ ଲୋକଙ୍କ ସହିତ ସାକ୍ଷାତ କରି ଗାଁରେ ଏକ ବୈଠକ ବସି ଆଲୋଚନା କରିଥିଲେ। ଗାଁକୁ ରାସ୍ତା ନଥିବା ଯୋଗୁଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲୋକେ ଘର ନିର୍ମାଣ ପାରୁନଥିବା ବୈଠକରେ ଗ୍ରାମବାସୀମାନେ ବ୍ଲକ ପ୍ରଶାସନଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ଠାରୁ ସବୁକଥା ଶୁଣିଲା ପରେ ଏକ ମାସ ହେଲା ରାସ୍ତା କାମରେ ଶ୍ରମଦାନ କରିଥିବା ଲୋକଙ୍କୁ ଏହି ରାସ୍ତା ପାଇଁ ଫାଇଲ ଖୋଲି ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଘୋଷଣା କରିଥିଲେ।

Udyog Nursery
Udyogi Nursery

ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପରେ ଗ୍ରାମରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବୁ ବୋଲି ମଧ୍ୟ ଗ୍ରାମବାସୀ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ କହିଛନ୍ତି। ଏହି ଗସ୍ତରେ ବ୍ଲକ ଏଇ ବିଶ୍ୱନାଥ ପାତ୍ର, ଏଏଇଇ ସଞ୍ଜୀବ କୁମାର ପରିଡା ଓ ପୂର୍ବତନ ବ୍ଳକ ଉପାଧକ୍ଷ ଜଗଦୀଶ ବେନିଆଁ ଯାଇଥିବା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ଡବ୍ଲୁ ଡିସି ବିଧାୟକ ପାଣ୍ଠିରୁ ମଧ୍ୟ ୫ ଲକ୍ଷ ଦେବା ପାଇଁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ବୋଲି ଗ୍ରାମବାସୀଙ୍କ ଠାରେ ପୂର୍ବତନ ବ୍ଲକ ଉପାଧକ୍ଷ ଶ୍ରୀ ନେନିଆଁ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.