ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା

ଉଲୁଣ୍ଡା,୧୮/୨ : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଗତ ୧୦ ଜୁଲାଇ ୨୦୧୯ ଠାରୁ ରାଜ୍ୟର ସମସ୍ତ ବ୍ଲକକୁ ପଦଯାତ୍ରା ରେ ବାହାରିଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳ ତଥା ଓଡିଶା ସଚେତନତା ମଂଚର ଆବାହକ ୨୯ ବର୍ଷୀୟ ଯୁବକ ସତ୍ୟବ୍ରତ ଦାସ ସୋମବାର ବୀରମହାରାଜପୁର ଠାରେ ପହଞ୍ଚି ସ୍ଥାନୀୟ ବିଡ଼ିଓ ଶ୍ରୀଯୁକ୍ତ ମୋତିଲଲ ସୁଲିଆ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ରାଜ୍ୟ ବାରମ୍ବାର ବାତ୍ୟା,ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହେଉଥବାରୁ ରାଜ୍ୟର ଅଜସ୍ର ରାଜସ୍ୱ କ୍ଷତି ହେଉଛି । ଏଣୁ ଓଡିଶା ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମିଳିଲେ ଓଡିଶାର ବିକାଶ ହେବାସହ ସାଧାରଣ ଜନତା ମଧ୍ୟ ଉପକୃତ ହୋଇପାରିବେ ବୋଲି ଦାବିପତ୍ର ଦର୍ଶାଯାଇଛି । ସେହିପରି ମହାନଦୀ ଜଳ ସମସ୍ୟାର ସମାଧାନ ଓ ପୋଲାଭରମ ବନ୍ଦ କରିବା ଦାବି ମଧ୍ୟ ଦାବିପତ୍ର ରେ ଉଲ୍ଲେଖ ଅଛି ।

Omkar Vasthu
Omkar Vasthu
ଉଲୁଣ୍ଡାରୁ ଶାନ୍ତନୁ କର୍ଣ୍ଣଙ୍କ ରିପୋର୍ଟ OdiaBarta.in

__________________________________________

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Udyog Nursery
Udyogi Nursery

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.