ଆଗକୁ ଗ୍ରୀଷ୍ମ, ଏବେଠୁ ଆରମ୍ଭ ହେଲାଣି ଜଳକଷ୍ଟ 

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମାସମାସ ଧରି ସୋଲାର ପାନୀୟ ଜଳ ଯୋଗାଣ ବନ୍ଦ, ଲୋକେ ହନ୍ତସନ୍ତ

Omkar Vasthu
Omkar Vasthu

ଲାଞ୍ଜିଗଡ଼,୨୮/୨ : ଲାଞ୍ଜିଗଡ଼ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ମାସ ମାସ ଧରି ସୋଲାର ଦ୍ବାରା ପାନିୟ ଜଳ ଯୋଗାଣ ବନ୍ଦ ପଡି ଥିବାଯୋଗୁଁ ବର୍ତ୍ତମାନ ଗ୍ରାମ ମାନଙ୍କରେ ଜଳ ସଙ୍କଟ ଦେଖା ଦେଇଛି। ଲାଞ୍ଜିଗଡ଼ ପଞ୍ଚାୟତର ଗୌଡ଼ ପଡାଠାରେ ଆଜିକି ୩ ମାସ ହେଲା ବନ୍ଦ ଥିବା ବେଳେ ସାପ୍ତାହିକ ବଜାରପଡାରେ ୧୫ଦିନ ହେଲା ସୋଲାରର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବନ୍ଦ ପଡିଛି।ସେହିପରି ଛତ୍ରପୁର ପଞ୍ଚାୟତର ଟାଙ୍ଗନକଣା ଗ୍ରାମରେ ୬ ମାସ ହେଲା ବନ୍ଦ ପଡିଥିବା ବେଳେ ବାରବୁଲି ଗାଁଠାରେ ଆଜିକୁ ୮ମାସ ତଳେ ଠିକାଦାର ସୋଲାର ଓ ପାଣିଟାଙ୍କି ବସାଇ ପାଣି ପାଇପ କାମ ଅଧପନ୍ତରିୟା କରି ଛାଡି ଦେଇ ଚାଲିଯାଇଛି।ଯେତେ କହିଲେ ମଧ୍ୟ ଠିକାଦାର ଶୁଣୁନି ବୋଲି ବାରବୁଲି ଗାଁ ଲୋକେ କହୁଥିଲା ବେଳେ ସେହି ଆଦିବାସୀ ଗାଁରେ ବର୍ତ୍ତମାନ ଗୋଟିଏ ନଳକୂପ ଅଛି। ଯାହାଫଳରେ ଜଳସ୍ତର କମିବାରେ ଲାଗିଛି। ପୁଣି ପୂର୍ବ ପରି ବାରହାତୀ ନାଳର ପାଣି ପାନିୟ ଜଳ ରୂପେ ବ୍ୟବହାର କରିବାକୁ ପଡିବ ବୋଲି ଲୋକେ ପ୍ରକାଶ କରିଛନ୍ତି। ସେହିପରି ବସନ୍ତପଡା ପଞ୍ଚାୟତର ବୁଣ୍ଡେଲ ଗ୍ରାମରେ ମଧ୍ୟ ସୋଲାର ମୋଟର ଖରାପ ଯୋଗୁଁ ମାସ ମାସ ହେଲା ଜଳଯୋଗାଣ ବନ୍ଦ ପଡିଥିବା ବେଳେ ଚମ୍ପାଦେଇ ପୁର ପଞ୍ଚାୟତର ଚନ୍ଦନପୁର ଓ ଜଗନ୍ନାଥ ପୁର ପଞ୍ଚାୟତର ସିମିଳିଭଟା ଗ୍ରାମଠାରେ ଆଜିକି ୨ ବର୍ଷ ହେଲା ଅଚଳ ଅବସ୍ଥାରେ ପଡିରହିଛି। ଫଳରେ ଏହି ପଞ୍ଚାୟତ ମାନଙ୍କର ଗ୍ରାମ ମାନଙ୍କରେ ଜଳ ସଙ୍କଟ ଦେଖା ଦେଇ ଥିବା ବେଳେ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଆଜିକି ପ୍ରାୟ ୩ ବର୍ଷ ହେଲା ବ୍ଲକର ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ ସୋଲାର ପାଣି ଟାଙ୍କି ପାନୀୟ ଜଳ ଯୋଗାଣ ପାଇଁ ସ୍ଥାପନ କରା ଯାଇଛି।ଯା ଫଳରେ ଲୋକେ ସୁବିଧାରେ ପାନୀୟ ଜଳ ବେବହାର କରୁଥିଲେ ମଧ୍ୟ ଅସୁବିଧା ମଧ୍ୟ ଭୋଗିବାକୁ ପଡୁଛି। କାରଣ ଏହି ସୋରାର ପାଣି ଟାଙ୍କିକୁ ପାଣି ଯୋଗାଇବା ପାଇଁ ନଳକୂପ ମାନଙ୍କ ଠାରେ ହିଁ ପାଣି ଉଠାଇବା ପାଇଁ ମୋଟର ସଂଯୋଗ କରାଯାଇଛି।ସୋଲାର ପମ୍ପ ଦ୍ବାରା ପାଣି ଟାଙ୍କିକୁ ଯିବା ଦ୍ବାରା ନଳକୂପ ପାଇଁ ଜଳସ୍ତର କମି ଯାଉଛି। ଯାହା ଫଳରେ ସମସ୍ତ ନଳକୂପ ବର୍ତ୍ତମାନ ଅଚଳ ଅବସ୍ଥାରେ ପଡି ରହିଛି।ସୋଲାରର ଯାନ୍ତ୍ରିକ ତ୍ରୁଟି ହେଲେ ସେହି ଅଞ୍ଚଳରେ ପାନୀୟ ଜଳର ସଙ୍କଟ ଦେଖା ଦେଇଛି। ମାସ ମାସ ଧରି ଅଚଳ ହୋଇ ପଡି ରହିଥିବା ନଳକୂପରେ ପାଇପ କାର୍ବନ ହୋଇ ପାଣି ବାହାରୁ ନଥିବା ଲୋକେ କହୁଛନ୍ତି। ଆଗକୁ ଖରାଦିନ ଆସୁଥିବା ବେଳେ ସୋଲାର ଯାନ୍ତ୍ରିକ ତ୍ରୁଟି କି ମୋଟର ପ୍ରତି ଦୃଷ୍ଟି ନଦେଲେ ଆହୁରି ଅଧିକ ପାନୀୟ ଜଳର ସଙ୍କଟ ଦେଖା ଦେବାର ସମ୍ଭାବନା ରହିଛି ବୋଲି ଅଞ୍ଚଳବାସୀମାନେ ପ୍ରକାଶ କରି ଥିବା ବେଳେ ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। 

Pearl dental clinic
Near Ashish Medical Store, Bhawanipatna
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.