ଅଦିନିଆ ଝଡ଼ବର୍ଷାରେ ଉଜୁଡ଼ିଲା ଚାଷ, ଭାଙ୍ଗିଗଲା ଚାଳଛପର ଘର

କଳାହାଣ୍ଡି,୧୧/୩(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାରେ ଅଦିନଆ ଝଡ଼ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେଇଥିବା ବେଳେ ମ.ରାମପୁର ବ୍ଲକର ଅଲାତରା, ଦେଢଶୁଳୀ,ପଣ୍ଡକାମାଲ, ସାଲେପାଲି ଗ୍ରାମ ପଂଚାୟତରେ ଏହାର ଆକଳନ ସର୍ବାଧିକ ରହିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଳଚରେ ଝଡ଼ତୋଫାନ, ବିଜୁଳୀ,ଘଡ଼ଘଡ଼ି ସହିତ ଦୈନିକ ଅପରାହ୍ଣ ସମୟରେବର୍ଷା ହେଉଥିବା ଦେଖିବାକୁ ମିଳୁଚି । ମ.ରାମାପୁର ବ୍ଲକର ପଣ୍ଡକାମାଲ, ନୁନପୁର, ମଦନପୁର, ଅଲାତରା, ଡ଼ମ୍ବକର୍ଲାଖୁଂଟା, ସିଂହପୂର, ମାଣିକେରା, ମୋହନଗିରୀ ଓ ଦେଢଶୁଳି ଗ୍ରାମ ପଂଚାୟତରେ ପ୍ରବଳ ପବନ ହେଇଥିବା ସାଙ୍ଗକୁ ମୂଷଳ ଧାରାରେ ବର୍ଷା ହେଇଥିବା ଖବର ମିଳିଛି । ଏପରିପ୍ରେକ୍ଷୀରେ ଅଲାତରା ଓ ମଦନପୁର ଗ୍ରମାପଂଚାୟତ ର କିଛି ଚାଷୀ ଡ଼ାଲିଜାତୀୟ ଫସଲ ଶହ ଶହ ଏକରରେ କରିଛନ୍ତି । ବର୍ତ୍ତମାନ ମୁଗ,ବିରି, ମସୁରୀ ଓ ବୁଟ ଅମଳ ଅପେକ୍ଷାରେ ଥିବାବେଳେ ଅଦିନିଆ ବର୍ଷା ଯୋଗୁଁ ଜମିରେ ଆଣ୍ଟୁଏ ପାଣି ଜମି ରହିବା ଫଳରେ ଅମଳକ୍ଷମ ଡ଼ାଲିଜାତୀୟ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହେଇଯାଇଛି । ଏପଟେ ଭଲ ଅମଳ ହେବାର ଆଶା କରୁଥିବା ଚାଷୀ ଅଦିନଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାପରେ ମୁଣ୍ଡରେ ହାତଦେଇ ବସିଚି । ଉକ୍ତ ଅଂଚଳର ଅଧିକାଂଶ ଚାଷୀ ଏହି ସମୟରେ କିଛି ନା କିଛି ଡ଼ାଲିଜାତୀୟ ଫସଲ କରିଥିବାବେଳେ ଦେବେଶ ମାଧବ ସିଂହଦେଓଙ୍କ ୧୨ଏକର ମୁଗ ଚାଷ ଓ ୨୫ଏକର ଆମ୍ବବଗିଚାରେ ଥିବା ଆମ୍ବ ଗଛରୁ ଘୂର୍ଣ୍ଣଝଡ଼ ଯୋଗୁଁ ଆମ୍ବବଉଳ ଓ ଆମ୍ବକଷି ନଷ୍ଟ ହେଇଯାଇଛି । ଯୋଗେଶ୍ୱର ବାରିକଙ୍କ ୫ଏକର ଡ଼ାଲିଜାତୀୟ ଫସଲ ଉଜୁଡ଼ି ଯାଇଥିବାବେଳେ ଶ୍ରୀକାନ୍ତ ହୋତାଙ୍କ ୩୦ଏକର ଆମ୍ବବଗିଚାର ଆମ୍ବ ବଉଳ ଓ ଆମ୍ବକଷି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏପଟେ ବିଜୟ ପ୍ରଧାନଙ୍କ ୬ଏକର ଆମ୍ବ ବଗିଚାରୁ ଆମ୍ବବଉଳ ଝଡ଼ି ପଡ଼ିଥିବାବେଳେ ସୁନନ୍ଦ ପ୍ରଧାନ ଓ ସୁବାସ ବାରିକଙ୍କ ତିନିଏକର ମୁଗ ଓ ବୁଟ ଚାଷ ନଷ୍ଟ ହେଇଥିବା ଜଣାପଡ଼ିଛି । ସେପଟେ ପ୍ରବଳ ଝଡ଼ତୋଫାନ ଯୋଗୁଁ ଅନେକସ୍ଥାନରେ ବିଦ୍ୟୁତ ଖୁଂଟ ଓ ବିଦ୍ୟୁତ ତାର ଉପରେ ଗଛପଡ଼ି ବିଦ୍ୟୁତ ତାରଗୁଡ଼ିକ ଛିଣ୍ଡିପଡ଼ିଥିବା ଦେଖିବାକୁ ମିଳିଚି । ଦେଢଶୂଳୀ ପଂଚାୟତର କାଉପଦର ଗ୍ରାମର ସତରଙ୍ଗ ମାଝୀ, ବିରିପୋଡ଼ି ଗ୍ରାମର ନୀଲୁ ମାଝୀ, ରୁବେଟ ଗ୍ରାମର ନରେନ୍ଦ୍ର ମାଝୀଙ୍କ ଚାଳଛପର ଘର ଭୂଷୁଡ଼ି ପଡ଼ିଥିବାଯୋଗୁଁ ପରିବାର ବର୍ଗ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଛି । ଏଣୁ ଏଦିଗରେ ସ୍ଥାନୀୟ ରାଜସ୍ୱ ବିଭାଗ ଓ ବ୍ଲକ ପ୍ରଶାସନ ଧ୍ୟାନଦେଇ ଅଦିନିଆ ଝଡ଼ବର୍ଷାର କ୍ଷୟକ୍ଷତି ଆକଳନ ପୂର୍ବକ କ୍ଷତିପୂରଣ ଦାବୀ କରିଛନ୍ତି ଚନ୍ଦ୍ରଶେଖର ପ୍ରଧାନ, ସୁବାସ ବାରିକ, ନବୀନ ପଧାନ,ମିଥିଳା ପଧାନ,ବିଜୟ ପଧାନ, ଦେବେଶ ମାଧବ ସିଂହଦେଓ, ଶ୍ରୀକାନ୍ତ ହୋତା,ଯୋଗେଶ୍ୱର ବାରିକ ପ୍ରମୁଖ ଦାବୀ କରିଛନ୍ତି । ଏଠାରେ ଉଲ୍ଲେଖଥାଉ କି,ଗତ ୨୦୧୭ ମସିହାରେ ବନ୍ୟାକ୍ଷତିଗ୍ରସ୍ତ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଥିଲେ ହେଁ ତାହାରି କ୍ଷତିପୂରଣ ଆଜକୁ ତିନିବର୍ଷ ବିତିଯାଇଥିଲେ ହେଁ ନମିଳିବା, ଏହି ବୀମାର ଉପଯୋଗୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟିହେବା ସହିତ ଚାଷୀମହଲରେ ଅସନ୍ତୋଷ ଭାବ ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

___________________________________________

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.