କଳାହାଣ୍ଡି,୨୪/୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାପାଳ ଯାନବାହନ ଚଳାଚଳ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଅଟୋରିକ୍ସାରେ ଚାଳକ ବ୍ୟତୀତ କେବଳ ୨ଜଣ ଯାତ୍ରୀ ବସି ପାରିବେ। ମାଲବାହୀ ଗାଡ଼ିରେ ଯାତ୍ରୀ ଆଦୌ ଯାତ୍ରା କରି ପାରିବେନି। ମଟରସାଇକେଲରେ ଆଉ ଆଗ ଭଳି ୨ଜଣ ଯାଇ ପାରିବେନି, କେବଳ ଜଣେ ହିଁ ଯାଇ ପାରିବେ। ଜିଲ୍ଲା ଦେଇ ଯାଇଥିବା କୌଣସି ରାସ୍ତାରେ ଯାତ୍ରୀବାହୀ ଗାଡ଼ି, ମାଲବାହୀ ଗାଡ଼ି, ଖାଲି ଗାଡ଼ି ଆଦି ଅଟକି ପାରିବେ ନାହିଁ। ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ଆଦେଶ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।