କଳାହାଣ୍ଡି,୧୧/୪ : ବିଶ୍ବ ବିଭିଷିକା ଭାବରେ ଉଭା ହୋଇଥିବା କରୋନା ମହାମାରୀକୁ ପ୍ରତିହତ କରିବାପାଇଁ ସାରା ଦେଶ ଲକଡାଉନ ହୋଇଛି । ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ଜନସଚେତନତା ପାଇଁ ଅନେକ ସ୍ଥାନରେ ଯୁବବର୍ଗ ଆଗଭର ହେଉଥିବା ଦେଖାଯାଇଛି । ସେହି କ୍ରମରେ କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ହଜାରିପଡ଼ାରେ ନେହେରୁ ଯୁବକେନ୍ଦ୍ର ଭବାନୀପାଟଣା କଳାହାଣ୍ଡିର ତତ୍ତ୍ବାବଧାନରେ କଳାରୁଦ୍ର ଯୁବକ ପକ୍ଷରୁ ଲୋକଙ୍କୁ କରୋନା ସଚେତନ କରାଯାଇଥିବା ଦେଖିବାକୁ ମିଳୁଛି ।

ସାନିଟାଇଜର କିମ୍ୱା, ସାବୁନ ରେ କିପରି ହାତଧୋଇବା, ମୁହଁରେ ମାସ୍କ ଘୋଡାଇବା, କାଶ, ଛିଙ୍କ କିମ୍ୱା ଜ୍ବର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାସହ ସାମାଜିକ ଦୂରତା ରଖିବା, ଜରୁରୀ କାର୍ଯ୍ୟ ନଥିଲେ ,ବାହାରକୁ ନ ବାହାରିବା ପାଇଁ ଯୁବକ ସଙ୍ଘର ସ୍ୱେଛାସେବି ଘର ଘର ଯାଇ ଲୋକଙ୍କୁ ବୁଝାଉଛନ୍ତି ।

କଳାରୁଦ୍ର ଯୁବକ ସଂଘର ସଭାପତି ସନତ କୁମାର ସାହୁଙ୍କ ନେତ୍ରୁତ୍ବରେ ରେଶବ ସାହୁ, ଲଳିତ ସାହୁ, ଡୋଲାମଣୀ ସାହୁ, ଭଗତ ସାହୁ, ଡୋଳେନ୍ଦ୍ର ସାହୁ, ଅମିତ ସାହୁ ପ୍ରମୁଖ ସତେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in






