✒️ଜିତୁରାମ ସାହୁ
ମାଆ ମୋର ବହୁତ ସୁନ୍ଦର
ମାଆ ଡାକ ଅତି ସୁମଧୁର ।
ପୁଲକିତ ହୋଇ ଉଠେ ଜୀବନ
ମାଆ ତ ମୋର ଜୀବନ ।।
ସ୍ନେହମୟୀ ସେ, କରୁଣାମୟୀ
ତା’ ଠାରୁ କେ ବଡ଼ ନାହିଁ ।
ଯେତେ ଦୋଷ କରିଥିଲେ
କ୍ଷମା ସେ କରିଦିଏ ତହିଁ ।।
ମାଆ ମୋର କେତେ ଯେ
ଗାଳି ମୋତେ କରୁଥାଏ ।
ଟିକେ ଛାଡ଼ି ଚାଲିଗଲେ
ଆଉଳି ବାଉଳି ହୋଇ କାନ୍ଦୁଥାଏ।।
ମାଆର କୋଳ ପୁତ୍ର ପାଇଁ
ସ୍ୱର୍ଗର ଏକ ମେଲଣା ।
ଯାହିଁ ଯେତେ ଦୂରେ ଥିଲେ
ଡାକୁଥାଏ ତା କୋଳ ଝୁଲଣା ।।
ମାଆର ମମତା ଅତି ସ୍ନେହଭରା
ପୁତ୍ର ପାଇଁ ଏକ ଅମୂଲ୍ୟ ଉପହାର ।
ପୁତ୍ର ପାଇଁ ମାଆ ହେଉଛି ଜୀବନ
ଜୀବନ ଧନକୁ ଛାଡି ସେ ରହିପରେନା ।।
ସେହି ପରା ଆମ ମାଆ… ମାଆ… ମାଆ…
ଖାସବାହଲ, ସଇଁନ୍ତଲା, ବଲାଙ୍ଗୀର-୭୬୭୦୩୨
ମୋ: ୮୧୪୪୯୫୫୩୦୭