ବାଲ୍ୟ ବିବାହ ସଂପର୍କୀତ ମାମଲା : ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ରାୟଗଡ,୨୪/୪: ରାୟଗଡ ଜିଲ୍ଳା ଚାଇଲ୍ଡ ଲାଇନ ତରଫରୁ ବାଲ୍ୟ ବିବାହ ସଂପର୍କୀତ ମାମଲାରୁ ଜଣେ ନାବାଳିକା ଛଦ୍ମନାମ ରୋହିଣୀ (୧୩)କୁ ଉଦ୍ଧାର କରାଯାଇଛି । ଏ ନେଇ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ,‌ କେ.ନିିଲିମାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅଧିନସ୍ଥ ସଦର ପେଂଟା ଗ୍ରାମ ପଂଚାୟତ ଅନ୍ତର୍ଗତ ଏକ ଗ୍ରାମରେ ରହୁଥିବା ଜଣେ ବିବାହିତ ପୁରୁଷଙ୍କ ସହ ଉକ୍ତ ଗ୍ରାମର ନାବାଳିକା ରୋହିଣୀଙ୍କ ପ୍ରେମ ସଂର୍ପକ ଗଢି ଉଠିଥିଲା । ବିବାହିତ ପୁରୁଷଙ୍କ ନିଜ ସ୍ତ୍ରୀ ଗତ ୨ମାସ ତଳେ ନିଜ ମାଁଙ୍କ ଘରକୁ ଚାଲିଯାଇଥିବା ବେଳେ ସେହି ଦିନ ଠାରୁ ରୋହିଣୀ ଓ ବିବାହିତ ପୁରୁଷ ଦୁହେଁ ମିଶି ରହୁଥିଲେ । ପରିବାର ଲୋକେ ରୋହିଣୀକୁ ଘରକୁ ଫେରିଆସିବା ପାଇଁ କହୁଥିଲେ ମଧ୍ୟ ସେ ମନା କରି ଦେଉଥିଲା । ଏପରିସ୍ଥଳେ ପରିବାର ପକ୍ଷରୁ ଚାଇଲ୍ଡ ଲାଇନର ୧୦୯୮ନମ୍ବରକୁ ଯୋଗାଯୋଗ କରାଯାଇ ଅଭିଯୋଗ କରାଯାଇ ଝିଅକୁ ଫେରାଇ ଆଣିବା ପାଇଁ ମୀନତି କରାଯାଇଥିଲା । ୧୦୯୮ ସେଂଟରୁ ରାୟଗଡ ଚାଇଲ୍ଡ ଲାଇନକୁ ମାମାଲା ସଂପର୍କରେ ଅବଗତ କରାଯିବା ପରେ ଶୁକ୍ରବାର ଦିନ ଚାଇଲ୍ଡ ଲାଇନ ରାୟଗଡ ଆଇସିଡିଏସର ସୁପରଭାଇଜର, ଚାନ୍ଦିଲି ଥାନାର ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ରୋହିଣୀକୁ ବାଲ୍ୟ ବିବାହ ଅପରାଧ ସଂପର୍କରେ ବୁଝାଇଥିଲେ । ପରେ ପରାମର୍ଶ ପାଇ ରୋହିଣୀ ନିଜ ଘରକୁ ଫେରି ଆସିଥିବା ବେଳେ ଚାଇଲ୍ଡ ଲାଇନ ଠାରେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନେ କାଉନସେଲିଂ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.