୧୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ଶିକ୍ଷା ବିଭାଗର ନୀତି ଉପରେ ଉଠିଲା ପ୍ରଶ୍ନବାଚୀ

କଳାହାଣ୍ଡି,୧/୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି। ଏପରିକି ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଜ ମହକୁମାରେ ରହି କୋଭିଡ-୧୯ ମୁକାବିଲା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରିଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ୨୦ ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ।

Omkar Vasthu
Omkar Vasthu

ସ୍ଥାନୀୟ ଶିକ୍ଷା ବିଭାଗର ଅନୁମତି ନନେଇ ସେମାନେ ଜିଲ୍ଲା ଛାଡି ନିଜ ନିଜ ଗାଁକୁ ଚାଲିଯାଇଛନ୍ତି। ତେବେ ମାତ୍ର ୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରୀ କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇନଥିବା ଜଣାପଡିଛି। ତେବେ ବ୍ଲକର ନିର୍ଦ୍ଧିଷ୍ଟ କିଛି ସିଆରସିସି ଅନୁପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପସ୍ଥିତ ଦର୍ଶାଇ ଥିବାରୁ ଆମ୍ଭ ମାନଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି ବୋଲି ଜଣେ ଶିକ୍ଷକ ଅଭିଯୋଗ କରିଛନ୍ତି (ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି)। ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ହେଁ ତାଙ୍କ ମୋବାଇଲ ଲାଗୁ ନଥିବାରୁ ମତାମତ ନିଆଯାଇପାରି ନାହିଁ ।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

_______________________________________

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.