ବାଲେଶ୍ଵରରେ ଟି.ୟୁ.ଏ.ସି.ସି. ପାଳନ କଲା ବିଶ୍ବ ଶ୍ରମିକ ଦିବସ

ବାଲେଶ୍ବର,୨/୫(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) : ବିଶ୍ବ ଶ୍ରମିକ ଦିବସ ଅବସରରେ ଟ୍ରେଡ୍ ୟୁନିୟନ୍ ଆସୋସିଏସନ୍ କୋ-ଅର୍ଡିନେସନ୍ କମିଟି (ଟି.ୟୁ.ଏ.ସି.ସି.) ତରଫରୁ ସ୍ଥାନୀୟ ବିଚାରଗଞ୍ଜ ଛକ ନିକଟସ୍ଥ ରିକ୍ସାଚାଳକ ସଂଘଗୃହ ସମ୍ମୁଖରେ ସକାଳ ୭ଟାରେ ଲାଲ୍ ପତାକା ଉତ୍ତୋଳନ କରାଯାଇଥିଲା। ଟି.ୟୁ.ଏ.ସି.ସି.ର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ଅରୁଣ ଦେ ପତାକା ଉତ୍ତୋଳନ କରିଥିଲେ।

Omkar Vasthu
Omkar Vasthu

କରୋନା ସଂକ୍ରମଣର ମହାମାରୀ ବିପତ୍ତିରୁ ମାନବ ସମାଜ ମୁକ୍ତି ପାଇବା ପରେ, ଶ୍ରମିକ ଶ୍ରେଣୀ ଆଗାମୀ ଦିନରେ ଅଧିକ ସଂକଟ ମଧ୍ୟକୁ ଚାଲିଯିବ। ବର୍ତ୍ତମାନ ପରିସ୍ଥିତିରେ ଶ୍ରମିକମାନେ ନିଜର ରୋଜଗାରରୁ ବଂଚିତ ହୋଇ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ସରକାର ଗଣମାଧ୍ୟମରେ ଶ୍ରମିକମାନଙ୍କ ସ୍ବାର୍ଥରକ୍ଷା କଥା କହୁଥିବା ବେଳେ ତାହା କାର୍ଯ୍ୟତଃ ହୋଇପାରୁନାହିଁ। ତେଣୁ ଆଗାମୀ ଦିନରେ ଶ୍ରମିକମାନେ ନିଜର ଜୀବନ ଓ ଜୀବିକା ବଂଚାଇବା ପାଇଁ ଅଧିକ ଐକ୍ୟବଦ୍ଧ ହେବାକୁ ପଡ଼ିବ ବୋଲି ଶ୍ରୀ ଦେ ଆହ୍ବାନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ଭାଗବତ ପ୍ରତିହାରୀ, ଶ୍ୟାମସୁନ୍ଦର ଜେନା, ସେକ୍ ସଲ୍ଲାଉଦ୍ଦିନ୍, ଉମାକାନ୍ତ ଜେନା, ବନ୍ଦନା ବିଶ୍ବାସ, ମୋହିନୀ ମୋହନ ପରିଡ଼ା, ପରମେଶ୍ବର ପାତ୍ର, ଶାନ୍ତନୁ ଦାସ, ରାଜକିଶୋର ଲେଙ୍କା ଓ କୃଷକ ନେତା ଅରୁଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଟି.ୟୁ.ଏ.ସି.ସି.ର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥିତ ସାଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.