ଗୋଟିଏ ଦିନରେ ପୃଥକ ପୃଥକ ସ୍ଥାନରେ ଦୁଇଟି ଆତ୍ମହତ୍ୟା

ବଲାଙ୍ଗିର,୪/୫: ଆଜି ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଦୁଇ ଦୁଇଟି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି।  ଗୋଟିଏ ହେଲା ବଲାଙ୍ଗିର ସଦର ଥାନା ଅଧିନରେ ଥିବା ଏଫ.ସି.ଆଇ. ଗୋଦାମ ଖୁଜେନପାଳି ପାଖରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତ ଦେହ ଓହଳିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ସାଲେପାଲି ଗାଁର ପ୍ରଦୀପ ଥପା (୨୭) । ସୂଚନା ମୁତବକ ସେ ନିଜର ଏକ କିରନା ଦୋକାନ କରିଥିବା ବେଳେ ସାଲେପାଲି ଘରୁ ଦିନ ୧୨ଟା ସମୟରେ ବାହାରିଥିଲେ ଏବଂ ଦିନ ପ୍ରାୟ ୧ଟା ସମୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ଏକ ମାମଲାର ମହିଳା ହେଲେ ବାଗବାଡି ଗ୍ରାମର ଡୋଳାମଣି ସାହୁଙ୍କ ପତ୍ନୀ ଭାନୁ ସାହୁ (୪୦) । ସେ ନିଜ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଉଭୟ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଦୁଇଟି ପୃଥକ ପୃଥକ ଆତ୍ମହତ୍ୟା ମାମଲା ରୁଜୁକରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

Udyog Nursery
Udyogi Nursery
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.