କେରଳର ମାଲାପୁରରେ ଫଶି ରହିଛନ୍ତି ୪୨ଜଣ ପ୍ରବାସୀ ଓଡ଼ିଆ ଯୁବତୀ

ଫେରାଇ ଆଣିବାକୁ ରାୟଗଡ ଜିଲ୍ଳା ପ୍ରଶାସନକୁ ନିବେଦନ

Omkar Vasthu
Omkar Vasthu

ରାୟଗଡ/୧୯/୫: କେରଳ ରାଜ୍ୟର ମାଲାପୁର ସ୍ଥିତ ଏକ ଲୁଗା କଳରେ ଲକଡାଉନ ଯୋଗୁଁ ଫଶି ରହିଛନ୍ତି ଓଡିଶାର ରାୟଗଡ, ନବରଙ୍ଗପୁର ଓ ଜଗତସିଂହପୁର ଜିଲ୍ଳାର ୪୨ଜଣ ଯୁବତୀମାନେ । ଏମାନଙ୍କ ମଧ୍ୟରେ ରାୟଗଡ ଜିଲ୍ଳାର ୧୨ଜଣ ରହିଥିବା ବେଳେ ନବରଙ୍ଗପୁରର ୨୯ ଓ ଜଗତସିଂହପୁର ଜିଲ୍ଳାର ଜଣେ ଯୁବତୀ ସମୁଦାୟ ୪୨ଜଣ ଯୁବତୀମାନେ ନିଜ ଘରକୁ ଫେରି ପାରି ନାହାନ୍ତି । ଓରମାସ ତରଫରୁ ଏହି ଯୁବତୀମାନେ ମାଲାପୁର ସ୍ଥିତ ଆବା ଏପାରିଲ୍ ନାମକ ଏକ ପୋଷାକ ତିଆରି କଳରେ ଗତ ୬ମାସ ତଳେ ନିଯୁକ୍ତି ପାଇଁ କାମ କରିବା ପାଇଁ ଯାଇଥିବା ବେଳେ ଲକଡାଉନ ଯୋଗୁଁ ଦୀର୍ଘ ୨ମାସ ହେବ କଳଟି ବନ୍ଦ ରହିଛି । ଫଳରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସୋସିଆଲ ମିଡିଆରେ ଭିଡିଓ କରି ସେୟାର କରୁଛନ୍ତି । ଅନ୍ୟପକ୍ଷରେ ଯୁବତୀମାନେ ନିଜ ନିଜ ଜିଲ୍ଳା ପ୍ରଶାସନକୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରୁଥିଲେ ମଧ୍ୟ କୈାଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଅଭିଯୋଗ ମଧ୍ୟ କରିଛନ୍ତି । ଏ ନେଇ ରାୟଗଡ ଜିଲ୍ଳା ଓରମାସ ଉପ-ନିର୍ଦ୍ଦେଶକ ମନୋଜ କୁମାର ପାତ୍ରଙ୍କୁ ପଚାରିବାରୁ ସେ ଶ୍ରମ ବିଭାଗ ସହ ଯୁବତୀମାନଙ୍କୁ ଫେରାଇ ଆଣିବା ପାଇଁ ଆଲୋଚନା କରିଛନ୍ତି । ତେବେ ମାଲାପୁର ଠାରୁ ନିକଟସ୍ଥ ତିରୁଅନନ୍ତପୁରମ୍ ରେଳ ଷ୍ଟେସନରୁ ଓଡିଶାକୁ ଫେରିବା ପାଇଁ ଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ବାହାରିଲେ ସେମାନଙ୍କୁ ଅଣାଯାଇପାରିବ ବୋଲି ସେଠାର ସ୍ଥାନୀୟ ପ୍ରଶାସନ ପ୍ରକାଶ କରିଥିବା ସେ କହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.