ଶ୍ରମ ଆଇନ୍ ସଂଶୋଧନ ବିରୁଦ୍ଧରେ ମଇ ୨୨ରେ ପ୍ରତିବାଦ ଦିବସ

● କରୋନା କଷ୍ଟ ସହ ଶ୍ରମିକ ଙ୍କୁ ୧୨ଘଣ୍ଟା କାମ କରେଇବା ନିଷ୍ପତ୍ତି ବୋଝ ଉପରେ ନଳିତା ବିଡା

ବାଲେଶ୍ବର,୨୦/୦୫(କୃଷ୍ଣ କୁମାର ମହାନ୍ତି): କରୋନା ସଂକ୍ରମଣ ସମୟରେ ଦେଶର ଶ୍ରମିକ ଶ୍ରେଣୀ ସେମାନଙ୍କ ଜୀବିକା ହରାଇ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ଆମ ଦେଶରେ ୧୩ କୋଟି ଶ୍ରମିକ ନିଜର ଜୀବିକା ହରାଇଲେଣି। ପ୍ରବାସୀ ଶ୍ରମିକମାନେ ନିଜ ଜନ୍ମସ୍ଥଳୀକୁ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଫେରିଛନ୍ତି। ସରକାର ସେମାନଙ୍କ ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରୁନଥିବାର ଅଭିଯୋଗ ହେଉଛି।

Omkar Vasthu
Omkar Vasthu

ଶ୍ରମିକମାନଙ୍କ ଉପରେ ଏହି ବିପତ୍ତି ସମୟରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଶ୍ରମିକମାନଙ୍କ କାର୍ଯ୍ୟଦିବସ ୮ଘଣ୍ଟା ପରିବେର୍ତ୍ତ ୧୨ଘଣ୍ଟାକୁ ବହୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପ୍ରଚଳିତ ଶ୍ରମ ଆଇନ ଲାଗୁ କରାଯିବ ନାହିଁ ବୋଲି ରାଜ୍ୟ ସରକାରମାନେ ଅଧ୍ୟାଦେଶ ଜାରି କରିଛନ୍ତି ଓ ଆମ ରାଜ୍ୟ ସରକାର ଦୈନିକ ୧୨ ଘଣ୍ଟା କାର୍ଯ୍ୟ ଦିବସ ପାଇଁ ଅଧ୍ୟାଦେଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକ ଶ୍ରେଣୀ ସଂଗ୍ରାମ ବଳରେ ହାସଲ କରିଥିବା ଦାବିଗୁଡ଼ିକର ସୁରକ୍ଷା ଦାବିରେ ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ଫେଡେରେସନମାନଙ୍କ ମିଳିତ ମଂଚ ଆହ୍ବାନ ଦେଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି ଦିନ ୧୦ଟା ବେଳେ ନୂଆବଜାରସ୍ଥିତ ସି.ଆଇ.ଟି.ୟୁ. ସଭାଗୃହରେ ପୂର୍ବତନ ବିଧାୟକ ତଥା ଟି.ୟୁ.ଏ.ସି.ସି.ର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ୨୨ ତାରିଖ ଦିନ ବାଲେଶ୍ବରରେ ଏହି ପ୍ରତିବାଦ ପାଇଁ ନିଷ୍ପତ୍ତି ନିଆ ଯାଇଛି। ଉକ୍ତଦିନ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ସମସ୍ତ ଶ୍ରମିକ ସଂଗଠନର ସଦସ୍ୟ ପତାକା ଓ ପ୍ଲାକାର୍ଡ଼ ଧରି ଫକୀରମୋହନ ଗୋଲାଇ ଠାରୁ ଷ୍ଟେସନ୍ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଦଣ୍ତାୟମାନ ହୋଇ ପ୍ରତିବାଦରେ ଅଂଶଗ୍ରହଣ କରିବେ। ସମସ୍ତ ଶ୍ରମିକ ସାମାଜିକ ଦୂରତ୍ବ ବଜାୟ ରଖି ଓ ମାସ୍କ ବାନ୍ଧି ଏହି କାର୍ଯ୍ୟକ୍ରମରେ ଶୃଙ୍ଖଳିତ ଭାବେ ଯୋଗଦେବାକୁ ବୈଠକରେ ଆହ୍ବାନ ଦିଆଯାଇଛି।

ଟି.ୟୁ.ଏ.ସି.ସି.ର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଏ.ଆଇ.ଟି.ୟୁ.ସି., ସି.ଆଇ.ଟି.ୟୁ., ଆଇ.ଏନ୍.ଟି.ୟୁ.ସି., ଏଚ୍.ଏମ୍.ଏସ୍‌, ଏ.ଆଇ.ଇଉ.ଟି.ୟୁ.ସି., ଏନ୍.ଏଫ୍.ଆଇ.ଟି.ୟୁ. ଓ ସ୍ବାଧୀନ ଶ୍ରମିକ ସଂଗଠନମାନଙ୍କ ତରଫରୁ ଜୟନ୍ତ ଦାସ, ଅରୁଣ କୁମାର ସ୍ବାଇଁ, ସୁରେଶ ଚନ୍ଦ୍ର ବେହେରା, ଶାନ୍ତନୁ ଦାସ, ରବିନ୍ଦ୍ର ବେହେରା, ପ୍ରେମରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ଜେନା, ବିକାଶ ଦାସ, ପରମେଶ୍ବର ପାତ୍ର, କୈଳାସ ନାୟକ, ଉମାକାନ୍ତ ପାତ୍ର, ମହେଶ୍ବର ପ୍ରଧାନ, ଶଶିକାନ୍ତ ବେହେରା, ଶିଶିର ହୁଇ, କାର୍ତ୍ତିକ ନାୟକ, ନିର୍ମଳ ନାୟକ, ଶଶିକାନ୍ତ ବେହେରା ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶରତଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.