ଭାରତୀୟ ମଜଦୁର ସଂଘ ତରଫରୁ ୭ ଦଫା ଦାବିପତ୍ର ପ୍ରଦାନ

ଅଙ୍ଗନୱାଡି, ଆଶା ଓ ପାଚିକା କର୍ମଚାରୀଙ୍କୁ ୧୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ ଦାବି

ରାୟଗଡ,୨୦/୫: ସମଗ୍ର ବିଶ୍ୱ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ପଡିଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ପଡିନାହିଁ । ଫଳରେ ସମସ୍ତ ଶ୍ରମିକ, କୃଷକ, ଗରୀବ ସାଧାରଣ ଜନତା ବହୁ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଭାରତୀୟ ମଜଦୁର ସଂଘ (ବିଏମଏସ) ର କେନ୍ଦ୍ର ନିଷ୍ପତି ତଥା ରାଜ୍ୟ ସଂଘର ନିଦ୍ଦେଶ କ୍ରମେ ରାୟଗଡ ଜିଲ୍ଳା ବିଏମଏସ ଶାଖାର ଜିଲ୍ଳା ସଭାପତି ଯୋଗେଶ୍ୱର ଦାସ ଓ ସଂପାଦକ ଖଗେଶ୍ୱର ଦାସଙ୍କ ନେତୃତ୍ୱରେ ବୁଧବାର ଦିନ ମହାମହୀମ ରାଷ୍ଟ୍ରପତି, ସମ୍ମାନୀୟ ପ୍ରଧାନମନ୍ତ୍ରୀ ଓ ମାନ୍ୟବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୭ଦଫା ଦାବିପତ୍ର ରାୟଗଡ ଜିଲ୍ଳାପାଳଙ୍କ ଅନୁପସ୍ଥିତ ହେତୁ ଡେପୁଟି କଲେକ୍ଟର ସୁବ୍ରତ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଦାବିପତ୍ରରେ ଓଡିଶା ସରକାର ଶ୍ରମିକ ତଥା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଧାରଣ କରିଥିବା କାର୍ଯ୍ୟନିର୍ଘଂଟ ୮ଘଂଟାରୁ ୧୨ଘଂଟା ପର୍ଯ୍ୟନ୍ତ ବୃଦ୍ଧିକୁ ପ୍ରତ୍ୟାହାର କରିବା, ୟୁପି, ମଧ୍ୟପୁଦେଶ ଓ ଗୁଜୁରାଟ ରାଜ୍ୟ ଭଳି ଶ୍ରମ ଆଇନ ନିଲମ୍ବନରୁ ବିରତ ରହିବା, ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଯଥାଶୀଘ୍ର ପ୍ରତ୍ୟାବର୍ତନର ବ୍ୟବସ୍ଥା କରିବା,‌ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ଗସ୍ତଖର୍ଚ୍ଚ କିମ୍ବା ମାଗଣା ଯାତ୍ରାର ସୁବିଧା କରିବା, ପ୍ରବାସୀ ଶ୍ରମିକ ଆଇନ ୭୯ଅନୁଯାଇ ସମସ୍ତ ପ୍ରବାସୀ ଓଡିଆ ଶ୍ରମିକମାନଙ୍କ ପଂଜୀକରଣ କରିବା, ଲକଡାଉନ ଦ୍ୱାରା କାର୍ଯ୍ୟ ହରାଇଥିବା ନିର୍ମାଣ ଶ୍ରମିକ, ବାହନ ଚାଳକ, ବିଡି ଶ୍ରମିକ, ଉଠା ଦୋକାନୀ, ବୁଲା ବିକାଳି, ପେପର ହକର, ଘରୋଇ ସେବିକା ଆଦି ସମସ୍ତ ଅସଂଗଠିତ ଶ୍ରମିକମାନଙ୍କୁ ୧୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା‌ ।

Udyog Nursery
Udyogi Nursery

ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଅଙ୍ଗନୱାଡି, ଆଶା ଓ ପାଚିକା କର୍ମଚାରୀମାନଙ୍କୁ ୧୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ଓ ଓଡିଶା ରାଜ୍ୟ ଅନ୍ତର୍ଗତ ସମସ୍ତ ଶିଳ୍ପାନୁଷ୍ଠାନ ବା ଯେ କୈାଣସି ଅନୁଷ୍ଠାନରେ କାର୍ଯ୍ୟରତ ଛଟେଇ ଶ୍ରମିକ ବା କର୍ମଚାରୀମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ସହ ବକେୟା ଦରମା ଯଥାଶୀଘ୍ର ପ୍ରଦାନ କରିବା ଆଦି ୭ଦଫା ଦାବି ଉଲ୍ଳେଖ ରହିଛି ।

ଏହି ଦାବିପତ୍ର ପ୍ରଦାନ ବେଳେ ବିଏମଏସ ଦ୍ୱାରା ସଂଲଗ୍ନ ଓଡିଶା କୋଠାବାଡି ତଥା ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଜଦୁର ସଂଘର ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ବିଶ୍ୱକର୍ମା ମଜଦୁର ସଂଘର ସଂପାଦକ ଦୁର୍ଗା ମାଧବ, ଇମ୍ଫା ଏମ୍ଳୋଇଜ ୟୁନିଅନ ଏବଂ ଇମ୍ଫା ଠିକାଦାର ମଜୁଦର ସଂଘର ନିର୍ମଳ କଣ୍ଠ,କେ.ଲାଛନା, ବନବାସୀ କଲ୍ୟାଣ ମଜଦୁର ସଂଗର ରାଜ୍ୟ ପ୍ରମୁଖ ସହଦେବ ନାୟକ, ଅଲ ଓଡିଶା ଲେଡିଜ୍ ଅଙ୍ଗନୱାଡି ୱାର୍କରର୍ସ ଆସୋସଏସନର ସଭାପତି ପଦ୍ମାଳୟା ସାହୁ, ସଂପାଦିକା ଉଷାରାଣୀ ଦାସ, ସଫେଇ ମଜଦୁର ସଂଘ ସଭାନେତ୍ରୀ କସ୍ତୁରୀ ନାଏକ,ଆଶା ସାଥି ସଂଘ ଜିଲ୍ଳା ସଭାନେତ୍ରୀ ପଦ୍ମିନୀ ପଡିହାରୀ, ବ୍ୟବସାୟୀ ମଜଦୁର ସଂଘ ଆନନ୍ଦ ରାଉଳ, ବିଏମଏସର କେ.ମୋହନ ରାଓ ମାଝି, ଗୋପିନାଥ ଗୈାଡ, ଆଶା ସଂଘର ପୁଷ୍ପା ବେହେରା,ରେଲୱେ ଠିକା ସଫେଇ ମଜଦୁର ସଂଘର କର୍ମକର୍ତା ରମେଶ ଖିଲାକା, ମଙ୍ଗୁଳୁ କାଶୀ, ସୁଲର ରାଓ କାଡ୍ରକା, ଧନେଶ୍ୱର କଂଟାବଂଶଙ୍କ ସମେତ ଅନ୍ୟମାନେ ସମାଜିତ ଦୂରତା ବଜାୟ ରଖି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.