ବଲାଙ୍ଗିର,୧୨/୬: ଟାଉନ ପୋଲିସ୍ ଷ୍ଟେସନ ପରିସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି। ଯେଉଁଥିରେ ସବୁ ବର୍ଗର ଜନସାଧାରଣ ସ୍ୱଇଚ୍ଛା ରକ୍ତଦାନ କରିଛନ୍ତି। ତେବେ ବଲାଙ୍ଗିର ପୋଲିସ ର ଏହା ଦ୍ୱିତୀୟ ରକ୍ତଦାନ ଶିବିର ଆୟୋଜିତ ହୋଉଥିବାବେଳେ ଜିଲ୍ଲା ଆରକ୍ଷ ଅଧିକକ୍ଷ ସନ୍ଦୀପ ମଡ଼କରଙ୍କ ତତ୍ବାବଧାନରେ ଅନୁଷ୍ଟିତ ହୋଇଛି। ଯାହା ଆଜି ୨୦୦ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ର କାର୍ଯ୍ୟକ୍ରମ ରହିଛି। ଏହି ରକ୍ତ ଦାନ ସମାଜ ପାଇଁ ଏକ ସୁ ବାର୍ତ୍ତା ଦେବ ଓ ରକ୍ତହୀନତାରେ କେହି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ ଭଳି ମତ ପ୍ରକାଶ ପାଇଛି। ଯାହାକୁ ନେଇ ଆଜି ବଲାଙ୍ଗିର ଟାଉନ ପୋଲିସ ପରିସରଟା ଲୋକାରଣ୍ୟ ପାଲଟିଛି। ରକ୍ତ ଦାନ ପାଇଁ ମହିଳା ପୁରୁଷ ଙ୍କ ଲମ୍ବା ଧାଡ଼ି ପରିଲକ୍ଷିତ ହୋଇଛି। ଏବଂ ରକ୍ତ ଦାନ କରୁଥିବା ମହିଳା ଏବଂ ପୁରୁଷ ମଧ୍ୟ ଉତ୍ସାହିତ ଅଛନ୍ତି। ଓ ଅନ୍ୟ କୁ ସ୍ୱଇଚ୍ଛା ରକ୍ତଦାନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ସେପଟେ ପୋଲିସ ପ୍ରଶାସନର ଏହି ଘଡିସନ୍ଧି ମୁହୂର୍ତ୍ତରେ ଏଭଳି କାର୍ଯ୍ୟକଳାପ କୁ ସବୁ କ୍ଷେତ୍ରରେ ତଥା ସବୁ ବର୍ଗର ଜନ ସାଧାରଣ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଜନ ମତ ପ୍ରକାଶ ପାଇଛି।