ବ୍ୟାଙ୍କ ଆଗରେ ଲାଗିରହୁଛି ଭିଡ଼
ସୁବ୍ୟବସ୍ଥିତ ଢଙ୍ଗରେ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଉଠିଲା ଦାବୀ
ଜୁନାଗଡ଼,୧୬/୬: ନିଜର କଷ୍ଟପାର୍ଜିତ ଧାନ ବିକ୍ରିର ଅର୍ଥ ପାଇବା ପାଇଁ ଚାଷୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଜୁନାଗଡ଼ ବିସିସିବି ବ୍ୟାଙ୍କ ଉପରେ କଲେଇଗାଁ, ନନ୍ଦୋଳ, ଆଟି ଗାଁ, ଜୁନାଗଡ଼, ଦାସିଗାଁ, ମୁଣ୍ଡରଗୁଡା, ହାବସପୁର, ଚକୁଳି, ଚାହର୍ବାହଲ, ମହିଚଲା, ନକଟିଗୁଡା, ଛୋରିଆଗଡ, ଚିଚେଇଗୁଡା ଆଦି ପେକ୍ସ ର ହଜାର ହଜାର ଚାଷୀ ନିର୍ଭର କରିଥାନ୍ତି । ରାସ୍ତା ଉପରେ ଏକ ସଂକୀର୍ଣ୍ଣ ସ୍ଥାନରେ ବ୍ୟାଙ୍କ ଥିବାଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ସାଇକେଲ, ମଟର ସାଇକେଲ ରଖିବା ପାଇଁ ସ୍ଥାନ ନାହିଁ । ଖରିଫ ଧାନ ଫସଲ ଆରମ୍ଭ ହେବାକୁ ଯାଉଛି ଏଣୁ ଚାଷୀକୁଳ ନିଜର ଧାନ ବିକ୍ରି ପ୍ରାପ୍ୟ ପାଇଁ ସକାଳୁ ସକାଳୁ ବ୍ୟାଙ୍କ ପାଖରେ ଭିଡ଼ ଜମାଉ ଛନ୍ତି । ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ବ୍ୟାଙ୍କ କିମ୍ବା ପ୍ରଶାସନ ଏହାର ସୁବନ୍ଦୋବସ୍ତ ନ କରିବା ଫଳରେ ଚାଷୀ ହଇରାଣ ହେଉଛି । ତେଣୁ ସୁବ୍ୟବସ୍ଥିତ ଢଙ୍ଗରେ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଚାଷୀ ମହଲରେ ଦାବୀ ହେଉଛି ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in