ସ୍ୱାମୀ ସୁଧାନନ୍ଦ ସରସ୍ବତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରାସ୍ତ ହେଲେ ପର୍ଶୁରାମ ସେନା

ସମାଲୋଚନା ଘେରରେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ

ଧର୍ମଗଡ଼,୧୭/୬: ଏକ ନିର୍ଦିଷ୍ଟ ଘରୋଇ ଟିଭିରେ ପ୍ରାତଃ ସମୟରେ ପ୍ରସାରିତ ହେଉଥିବା “ସର୍ବେ ଭବନ୍ତୁ ସୁଖିନଃ” କାର୍ଯ୍ୟକ୍ରମରେ ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ହିନ୍ଦୁମାନଙ୍କ ଦେବତା, ଧର୍ମ ଗ୍ରନ୍ଥ ମହର୍ଷି ବ୍ୟାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଅବତାରକୁ ଖୋଲାଖୋଲି ସମାଲୋଚନା କରିବା ତଥା ମହର୍ଷି ବ୍ୟାସଙ୍କୁ ଗଞ୍ଜୋଡ୍, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପିତା ଦଶରଥଙ୍କୁ ଭଣ୍ଡ ବୋଲି କହିବା ତଥା ସନାତନ ଧର୍ମ ଗ୍ରନ୍ଥକୁ ସମାଲୋଚନା କରି ସନାତନ ଧର୍ମର ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବାକୁ ନେଇ ଧର୍ମଗଡ଼ ପର୍ଶୁରାମ ସେନା ତରଫରୁ ଧର୍ମଗଡ ଥାନାରେ ଏକ ଏତାଲା ଦିଆଯାଇ ସ୍ୱାମୀ ସୁଧାନନ୍ଦଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଆଜି ଧର୍ମଗଡ଼ ପର୍ଶୁରାମ ସେନା ତରଫରୁ ଡମ୍ବରୁଧର ଠାକୁର, ବିଶ୍ୱରଂଜନ ପାତ୍ର, ଶାଶ୍ୱତ ପାତ୍ର, ବ୍ରଜେଶ କୁମାର ପଣ୍ଡା, ସୋହନ ପାତ୍ର, ଅଙ୍କିତ ମୁଣ୍ଡ, ବିସ୍ମୟ ପାତ୍ର ପ୍ରମୁଖଙ୍କ ଦ୍ଵାରା ଧର୍ମଗଡ଼ ଥାନାରେ ଲିଖିତ ଏତାଲା ପ୍ରଦାନ କରାଯାଇଥିଲା।

ସୁଧାନନ୍ଦଙ୍କ ଏପରି ଧର୍ମବିରୋଧୀ ଉତ୍ତେଜନା ମୂଳକ ତଥା ବିବାଦୀୟ ମନ୍ତବ୍ୟ ଓ ଏହାର ପ୍ରସାରଣ ପାଇଁ ଏହି ନିର୍ଦିଷ୍ଟ ଘରୋଇ ଟିଭିକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି। ଏହି ମନ୍ତବ୍ୟ ପାଇଁ ଆଗକୁ କୌଣସି ପ୍ରକାରର ଗଣ୍ଡଗୋଳ ସୃଷ୍ଟି ହେଲେ ବା ଭୟାବହ ଆନ୍ଦୋଳନ ହେଲେ ତାହାର ଉତ୍ତର ଦାୟୀ ସ୍ୱାମୀ ସୁଧାନନ୍ଦ ରହିବେ ବୋଲି ବ୍ରଜେଶ୍ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଲବଣି ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.