ବିଡିଓଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବ୍ଳକ ଉପାଧ୍ୟକ୍ଷ : କୋଭିଡ-୧୯ ପରିଚାଳନାରେ ମହାଦୁର୍ନୀତି ଅଭିଯୋଗ

ରାୟଗଡ,୧୭/୬: ରାୟଗଡ ଜିଲ୍ଳା କୋଲନରା ବ୍ଳକରେ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ବ୍ଳକ ବିଡିଓ ତାପସ କୁମାର ଭୋଇ ମହାଦୁର୍ନିତୀ କରୁଥିବା ଅଭିଯୋଗ ଆଣିଛନ୍ତି କୋଲନରା ପଂଚାୟତ ସମିତି ଉପାଧ୍ୟକ୍ଷ ତେଜରାଜ ନାଗ । ବିଡିଓ ତାପସ କୁମାର ଭୋଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜନ ଅସନ୍ତୋଷ ଆନ୍ଦୋଳନରେ ପରିଣତ ହେବ ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯାଉ ବୋଲି ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବ୍ଳକ ଉପାଧ୍ୟକ୍ଷ ଶ୍ରୀ ନାଗ ।

ସେ ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ କୋଲନରା ସଦର ବ୍ଳକରେ ଥିବା କ୍ୱାରେନଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କୁ ବ୍ୟକ୍ତିଗତ ଭାବେ ବାଲଟି, ମଗ, ସାବୁନ, ହ୍ୟାଣ୍ଡୱାସ, ସାନିଟାଇଜର ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଉନାହିଁ । ଏଥିସହ କ୍ୱାରେନଟାଇନ ଅବଧି ଶେଷ କରି ହୋମ କ୍ୱାରେନଟାଇନକୁ ଯାଉଥିବା ଅନ୍ତେବାସୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ୨୦୦୦ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ।

ସେହିପରି ଏହି କେନ୍ଦ୍ରରେ ଜଣେ ଦିଲ୍ଳୀ ଫେରନ୍ତା ପଜିଟିଭ୍ କରୋନା ଆକ୍ରାନ୍ତ କିଛି ଦିନ ରହିଥିବା ବେଳେ କେନ୍ଦ୍ରରେ ରହୁଥିବା ୫୯ଜଣ ଅନ୍ତେବାସୀଙ୍କୁ ସାମୁହିକ ଭାବେ ଗୋଟିଏ ବାଲଟି, ମଗ ଆଦି ବ୍ୟବହାର କରିବା ପାଇଁ ବାଧ୍ୟ କରାଯାଉଥିଲା । ଫଳରେ କରୋନା ସଂକ୍ରମଣକୁ ଆହୁରି ସଂକ୍ରମିତ କରିବାର ଆଶଙ୍କାକୁ ବଢାଇ ଦେଇଥିଲା । ଏ ନେଇ ଗଣମାଧ୍ୟମରେ ପ୍ରକାଶ ହେବା ପରେ ଗତକାଲି ସେବାଶ୍ରମ ସ୍କୁଲରେ ସମସ୍ତେ ଡିସଚାର୍ଜ ହେବା ପରେ ମାତ୍ର ୩ଜଣ ଅନ୍ତେବାସୀଙ୍କୁ ବାଲଟି, ମଗ ଆଦି ଦେଇ ଫୋଟ ଉତୋଳନ କରି ସମସ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବାର ମିଥ୍ୟା ନାଟକ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ବିଡିଓ ତାପସ କୁମାର ଭୋଇଙ୍କ ମନମଖୀ ଶାସନ ଯୋଗୁଁ ବ୍ଳକରେ କରୋନା ନିମନ୍ତେ କରାଯାଉଥିବା ପରିଚାଳନା ଦାୟିତ୍ୱରେ ରହି ମଧ୍ୟ କାହାକୁ ସହଯୋଗ ନ କରି ବ୍ୟାପକ ଅନିୟମତିତା କରୁଥିବା ପରିଲିକ୍ଷିତ ହେଉଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପାଧ୍ୟକ୍ଷ ଶ୍ରୀ ନାଗ ଉଲ୍ଳେଖ କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ଶ୍ରମିକ ନେତା ନିରଂଜନ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିିଥିଲେ ।

ମହାମାରୀ କରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଏଥି ନିମନ୍ତେ ଆର୍ଥିକ ସହଯୋଗ କରିବା ପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ନିବେଦନ କରି ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ଠାରୁ ଆରମ୍ଭ କରି କ୍ୱାରେନଟାଇନ କେନ୍ଦ୍ରରେ ଅନ୍ତେବାସୀ ଭାବେ ରହୁଥିବା ଲୋକଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଥିସହ ପ୍ରତ୍ୟେକ ପଂଚାୟତ ଗୁଡିକରେ ଥିବା ସଂଗରୋଧ କେନ୍ଦ୍ରର ପରିଚାଳନା ନିମନ୍ତେ ୫ଲକ୍ଷ ଟଙ୍କା ସହ ଆହୁରି ଅଧିକା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରୁଛନ୍ତି । ତେବେ କୋଲନରା ବିଡିଓଙ୍କ ପରି ଜଣେ ଅଧିକାରୀ ପରିଚାଳନା ଦାୟି୍‌ତ୍ୱରେ ରହି ଯଦି ନିଜ ମନମୁଖୀ ଶାସନ ଜରିଆରେ ଏହାକୁ ଅନିୟମିତତାର ରୂପ ଦିଅନ୍ତି ତାହାହେଲେ ସରକାରଙ୍କ ସବୁ ପ୍ରୟାସ ଯେପରି ପାଣିରେ ମିଶିଯିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.