ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡରେ ଗଡିବନି ରଥ  : ଜିଲ୍ଲା ପ୍ରଶାସନର ନିଷ୍ପତି

ମନ୍ଦିର ବେଢାରେ ହେବ ନୀତିକାନ୍ତି ସଂପନ୍ନ

ରାୟଗଡ,୧୭/୬: ରାୟଗଡ ଜିଲ୍ଳାରେ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ନେଇ ଜିଲ୍ଳା ପ୍ରଶାସନ ତାହାର ନିଷ୍ପତି ଶୁଣାଇଛି । ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ସହର ସମେତ ଜିଲ୍ଳାର କୈାଣସି ବି ବ୍ଳକ କିମ୍ବା ପଂଚାୟତରେ ଅନୁଷ୍ଠିତ ହେବନାହିଁ ଚଳିତ ବର୍ଷର ରଥଯାତ୍ରା । କେବଳ ଶ୍ରୀ ଜଗନ୍ନାଥ ମନ୍ଦିର ବେଢାରେ ସିମିତ ସେବାୟତମାନଙ୍କୁ ନେଇ କୋଭିଡ-୧୯ ଗାଇଡଲାଇନ ପାଳନ କରି ମହାପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ କରିବାକୁ ଜିଲ୍ଳା ପ୍ରଶାସନ ନିଷ୍ପତି ନେଇଥିବା ଜଣାପଡିଛି । ରଥାଯାତ୍ରାକୁ ନେଇ ବୁଧବାର ଦିନ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଳାପାଳଙ୍କ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଚି । ଏହି ବୈଠକରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଦେବତୋର ଅଧିକାରୀ ଉମାକାନ୍ତ ବେହେରା, ବିଷମକଟକ ଓ ଗୁଣପୁର ତହସିଲଦାରଙ୍କ ସମେତ ମନ୍ଦିର ପରିଚାଳନା କମିଟି ଓ ସେବାୟତମାନେ ଯୋଗ ଦେଇଥିଲେ ।

ମହାମାରୀ କରୋନା ସଂକ୍ରମଣକୁ ନେଇ ସରକାରଙ୍କ କୋଭିଡ-୧୯ ନିର୍ଦ୍ଦେଶାବଳୀ ଓ କଟକଣାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳାପାଳ ଶ୍ରୀ ବେହେରା ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମନ୍ଦିରଗୁଡିକ ବେଢାରେ ରଥାଯାତ୍ରାକୁ ସୀମତି ଭାବେ ପାଳନ କରିବା ପାଇଁ ବୈଠକରେ ପ୍ରକାଶ କରିଛନ୍ତି । ଜିଲ୍ଳାର ପ୍ରତ୍ୟେକ ଜଗନ୍ନାଥ ମନ୍ଦିରଗୁଡିକରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖି ଏବଂ ସାନିଟାଇଜର ବ୍ୟବହାର କରି ଅସ୍ଥ୍ରାୟୀ ଗୁଣ୍ଡିଚା ମନ୍ଦିର ପ୍ରସ୍ତୁତ କରି ନଅ ଦିନ ଧରି ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ପାଳନ କରିବାକୁ ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବୈଠକରେ ରାଜ ପୁରୋହିତ ବାଲୁଙ୍କେଶ୍ୱର ଦାସଙ୍କ ସମେତ ଅନ୍ୟ ସେବାୟତ ଓ ମନ୍ଦିର ଟ୍ରଷ୍ଟି ସଦସ୍ୟମାନେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଏଁ ରଥ ଟଣା ପରିବର୍ତେ ପଦଯାତ୍ରା ମାଧ୍ୟମରେ ଶ୍ରୀଜୀଉମାନଙ୍କୁ ଅଣାଯିବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ମହାମାରୀ ସମୟରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ରହିଥିବାରୁ ତାହା ସମ୍ଭବପର ନୁହେଁ ବରଂ ମନ୍ଦିର ବେଢାରେ ହିଁ ସମସ୍ତ ନୀତିକାନ୍ତି କରିବାକୁ କହିଥିଲେ । ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ବଣା ବିବେକ ମଧ୍ୟ କରୋନା କଟକଣା ଉପରେ ଗୁରୁତ୍ୱାରୋପ କରି ପୋଲିସ ନିୟୋଜିତ କରି ପରିଚାଳନା କରିବା ସମ୍ଭବ ନୁହେଁ ବୋଲି କହିଥିଲେ । ରାୟଗଡ ଜିଲ୍ଳାରେ ବର୍ତମାନ ୧୨ଟି ପଜିଟିଭ୍ କେସ ବାହାରିଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାବାସୀଙ୍କ ସ୍ୱାସ୍ଥ୍ୟକୁ ନେଇ ରଥଯାତ୍ରାରେ ପ୍ରବଳ ଜନସମାଗମର ଆଶଙ୍କା କରି ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.