ବ୍ଲକ ସ୍ତରୀୟ ବାର୍ଷିକ ମକ ଡ୍ରିଲ

ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଏହି ମକ ଡ୍ରିଲ ସହାୟକ ହେବ

କଳାହାଣ୍ଡି,୧୯/୬: କରଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବାର୍ଷିକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଆଗକୁ ବର୍ଷା ଓ ବନ୍ୟା ଜନିତ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଆୟୋଜିତ ଏହି ସଚେତନ ଧର୍ମୀ କାର୍ଯ୍ୟକ୍ରମକୁ ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଜଗଦିଶ ମେହେର ପରିଚାଳନା କରିଥିଲେ । ଏଥିରେ ବିଡିଓ ସୁଶ୍ରୀ ପ୍ରିୟଦର୍ଶୀନି ମିର୍ଦ୍ଧ, ବ୍ଲକ ଅଧକ୍ଷା ଅମୃତା ସାହୁ, ଜିପିଓ ଯୁଗଳ କିଶୋର ନାୟକ, ମଂଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର କର, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଏହି ମକଡ୍ରିଲ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମକଡ୍ରିଲ ପ୍ରଦର୍ଶନ କରିଥିଲେ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.