ସମାଜସେବୀ ପର୍ଶୁରାମ ବଗର୍ତ୍ତିଙ୍କ ପରଲୋକ

ସଇଁତଲା,୧୯/୬: ଧରପଗଡ଼ ଗ୍ରାମପଞ୍ଚାୟତ ଜାମଖୁଣ୍ଟାର ସମାଜସେବୀ ପର୍ଶୁରାମ ବଗର୍ତ୍ତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଆଜି ନିଜ ବାସଭବନରେ ସ୍ଵର୍ଗାରୋହଣ କରିଛନ୍ତି । ସେ ପୂର୍ବରୁ ସମିତିସଭ୍ୟ ଭାବେ ଜନତାଙ୍କ ସେବା କରିଥିଲେ । ଏହାସହ ଅଞ୍ଚଳର ଜଣେ ଜଣାସୁଣା ସମାଜସେବୀ ଭାବେ ପରିଚିତ ଥିଲେ । ସ୍ବର୍ଗତ ବଗର୍ତ୍ତି କଳା କ୍ଷେତ୍ରରେ ବେଶ ଦକ୍ଷ ଥିଲେ ଓ ୨୫ ଖଣ୍ଡ ଗାଁ କୀର୍ତ୍ତିନ ଗୁରୁ ଭାବେ ସୁନାମଅର୍ଜନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ବ୍ୟତିରେକ ସଇଁତଲା ବ୍ଲକ ଯାଦବ ସମାଜ ସହ ଦୀର୍ଘଦିନ ଧରି ସକ୍ରିୟଭାବେ ଜଡ଼ିତ ହୋଇଥିବା ସହ ଯାଦବ ସମାଜର ସମାଜିକ ଓ ସଂସ୍କୃତିକ କ୍ଷେତ୍ରରେ ଉନ୍ନତି ପାଇଁ କାର୍ଯ୍ୟକରିଥିଲେ । ସେ ଦୁଇବର୍ଷ ହେଲା ପକ୍ଷାଘାତରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତାଙ୍କ ବଡ଼ପୁଅ ବେଣୁଧର ବଗର୍ତ୍ତି ମୁଖାଗ୍ନି ଦେଇଥିବା ବେଳେ ତେଜରାଜ ବଗର୍ତ୍ତି ତଥା ସମସ୍ତ ଝିଅ ଜ୍ବାଇଁ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ସଇଁତଲା ବ୍ଲକ ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

 


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.