ଶହୀଦ ଯବାନଙ୍କୁ ବିଜୁ ଜନତା ଦଳର ଅଶୃଳ ଶ୍ରଦ୍ଧାଞ୍ଜଳି

ନୂଆପଡା,୧୯/୬: ଭରତ – ଚିନ ସୀମାରେ କିଛି ଦିନ ତଳେ ଉଭୟ ଦେଶର ସେନା ମୁହାଁ ମୁହିଁ ହେବା ଫଳରେ ଭରତର ୨୦ ଜଣ ଯବାନ ଶହୀଦ ହୋଇ ଯାଇଛନ୍ତି । ଉକ୍ତ ଶହୀଦଙ୍କ ମଧ୍ୟରେ ଆମ ରାଜ୍ୟର ମୟୁରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ଦୁଇ ଜଣ ବୀର ଯବାନ ଶହୀଦ ହୋଇଛନ୍ତି । ଏ ନେଇ ଆମ ରାଜ୍ୟ ତଥା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସମଗ୍ର ବିଶ୍ୱ କୋଭିଡି-୧୯ ର ଲଢେଇ ଲଢୁଥିବା ସମୟରେ ଭାରତ ତା’ର ବୀର ଯବାନକୁ ହରାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଜୁ ଜନତା ଦଳ ନୂଆପଡା ତରଫରୁ ଏକ ଶୋକସଭା ର ଆୟୋଜନ କରାଯାଇଥିଲା ।

ଦେଶ ପାଇଁ ଶହୀଦ ହୋଇଥିବା ୨୦ ଜଣ ବୀର ଯବାନଙ୍କ ଆତ୍ମାର ସତଗତି ନିମନ୍ତେ ଓ ଶୋକାକୁଳ ପରିବାରକୁ ସ୍ବାନ୍ତନା ଦେବା ନିମନ୍ତେ ଏହି ସଭା ଆୟୋଜନ କରାଯାଇଥିଲା । ସ୍ଥାନୀୟ ଏକତା ଛକ ଠାରେ ୨ ମିନିଟ ପାଇଁ ମୌନ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ସଭାରେ ଚିନ୍ ଜାତ ଦ୍ରବ୍ୟକୁ ବୟକଟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

ସଭାରେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧକ୍ଷ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବିଜୁ ଜନତା ଦଳ ସଭାପତି ମନୋଜ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଭୈରବ ସାହୁ, ବରିଷ୍ଠ ନେତା ଅବନୀ ଯୋଶୀ, କ୍ଷିତୀଶ ବୋଧଙ୍କର, ବିଧାନସଭା ସଭାପତି ସୁଧୀର ମିଶ୍ର, ମହେଶ ନିଆଲ, ଯୁବ ନେତା ଟିଟୁ ପଣ୍ଡା, ନିଶାନ୍ତ ଡାଗା, ଆଇନଜୀବୀ ଘାସିରାମ ବାଗ, ନିର୍ମୟ ପଟ୍ଟନାୟକ ଓ ନାରାୟଣ ସାହୁ, ହେମ ସିଂ ସାହୁ, ହେମ କୁମାର ସାହୁ, ଆକବର ଦଣ୍ଡସେନା, ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.