ସାମାନ୍ୟ ବଚସାକୁ ନେଇ ହତ୍ଯାକାଣ୍ଡ

୨ ଯୁବକ ଅଟକ, ପୋଲିସର ତଦନ୍ତ ଜାରୀ

ବଲାଙ୍ଗିର,୮/୭: ବଲାଙ୍ଗିର ସଦର ଥାନା ଅଧିନସ୍ଥ ବାଦୀମୁଣ୍ଡାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଉକ୍ତ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ଠାରୁ ପ୍ରାଥମିକ ସୂଚନା ମିଳିଛି। ମୃତକ ହେଲେ ଲୋଇସିଂହା ବ୍ଲକ ବାଦିମୁଣ୍ଡା ଗାଁର ସୁରେସନ ନାଏକ। ଏହି ହତ୍ୟା ଅଭିଯୋଗରେ ସୁଦାମ ଭୁଏ ଓ ଶ୍ରବଣ ଦାସ ନାମକ ୨ ଜଣ ଯୁବକକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନାନୁସାରେ ମୃତ ଯୁବକ ଜଣେ ପ୍ରବାସୀ ଶ୍ରମିକ। ସେ ବାହାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହି ଗାଁକୁ ଯାଇଥିଲେ। ଗତକାଲି ରାତିରେ ବାଦିମୁଣ୍ଡା ହରିଜନ ପଡା ପୋଖରୀ ବନ୍ଧଆଡିରେ ସୁରସେନଙ୍କ ସହ ୨ ସାଙ୍ଗ ସୁଦାମ ଭୁଏ ଓ ଶ୍ରବଣ ଦାସ ମିଶି ମଦ୍ୟପାନ କରୁଥିବା ସମୟରେ ସେମାନଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। କଥା କଟାକଟି ଭିତରେ ସୁରେସନକୁ ଉଭୟ ସାଙ୍ଗ ମାଡମାରିବା ସଙ୍ଗେ ସଙ୍ଗେ ପଥର ଛେଚି ଦେଇଥିଲେ। ଘଟଣା ସ୍ଥଳରେ ହିଁ ସୁରେସନଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ବଲାଙ୍ଗିର ସଦର ପୋଲିସ ପହଞ୍ଚି ଶବ ଜବତ କରିବା ସହ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି। ଦୁଇଜଣଙ୍କୁ ଅଟକ ରଖିବା ସହ ଘଟଣାର ଅଧିକତଦନ୍ତ ଜାରି ରଖିଛି ପୋଲିସ।

Udyog Nursery
Udyogi Nursery

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.