କେନାଲର ପ୍ରଖର ସ୍ରୋତରେ ଭାସି ବୃଦ୍ଧ ମୃତ

କୋକସରା,୧୭/୭: କୋକସରା ଥାନା ଚାରବାହଲ ପଞ୍ଚାୟତ ଘୁମରଗୁଡା ଗାଁର ଜଣେ ବୃଦ୍ଧ କେନାଲର ପ୍ରଖର ସ୍ରୋତ ରେ ଭାସି ଯାଇ ମୃତ୍ୟୁ ବରଣ କରିଥବା ସୂଚନା ମିଳିଛି । ସୂଚନା ଅନୁସାରେ ଘୁମରଗୁଡାର ଦୁର୍ଜନ ବାଗ (୭୦ )ଗତକାଲି ସକାଳ ୯ ଟାରେ କେନାଲକୁ ଶୌଚ ହେବାକୁ ଯାଇ କେନାଲର ପ୍ରଖର ସ୍ରୋତରେ ଭାଷି ଯାଇଥିଲେ । ପରେ ଘର ଲୋକ ଆସି ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନନ ପାଇବାରୁ ମୋଟେର ଫାଣ୍ଡିରେ ଜଣେଇ ଥିଲେ ।ଗତକାଲି ମୋଟେର ଫାଣ୍ଡିର ଏକ ଟିମ ଯାଇ ରାତ୍ରି ପର୍ଯ୍ୟନ୍ତ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ । ଆଜି ସକାଳୁ କେନାଲର ଜଳ ସ୍ତର କମ କରି ଦେବାରୁ ମୋଟେର ଫାଣ୍ଡି, କୋକସରା ଥାନା ଓ ଜୁନାଗଡ ଓଡ୍ରାଫ ଟିମ ଆସି କେନାଲରୁ ବୃଦ୍ଧଙ୍କ ଶବ ଉଦ୍ଧାର କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ କୋକସରା ଥାନାରେ ୧୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇ ଥିବା ଏଏସଆଇ ପଙ୍କଜ ପ୍ରଧାନ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

କୋକସରା ପ୍ରତିନିଧି ହିରଣ୍ୟ ବେହେରା ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.