୧୯ନୂଆ ପଜିଟିଭ୍ ଚିହ୍ନଟ ପରେ ୧୮୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ରାୟଗଡ,୧୭/୭: ରାୟଗଡ ଜିଲ୍ଳା କରୋନା ପଜିଟିଭ ମିଟର ୧୮୮କୁ ଛୁଇଁଛି । ଶୁକ୍ରବାର ଦିନ ପୁଣି ୧୯ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାୟଗଡ ପୈାରାଂଚଳରୁ ୪ଜଣ ସହ ଗୁଣପୁର ପୈାରାଂଚଳରୁ ୯ଜଣ ଏବଂ ଗୁଣପୁର ବ୍ଳକ ସିରିଝୋଲି ଓ ଚିନ୍ତାଲିଗୁଡା ଗ୍ରାମରୁ ୬ଜଣ ଚିହ୍ନଟ ହୋଇଥିବା ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ସେହିପରି ୧୯ଜଣଙ୍କ ମଧ୍ୟରେ ୧୫ଜଣ ପୁରୁଷ ରହିଥିବା ବେଳେ ୪ଜଣ ମହିଳା ରହିଛନ୍ତି ।
ରାୟଗଡ ସହରର ରିଙ୍ଗରୋଡ ସ୍ଥିତ ସାଇନଭ୍ ପ୍ରେମ୍ ଏନକ୍ଳାଭ ଆପାର୍ଟମେଂଟରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଇନ୍ଦିରା ନଗର ୪ର୍ଥ ଲାଇନରୁ ଜଣେ ଓ ଷଷ୍ଠ ଲାଇନର ମହର୍ଷି ବିଦ୍ୟାମନ୍ଦିର ନିକଟରେ ୨ଜଣ କରୋନା ପଜିଟିଭ୍ ବାହରିଥିବାରୁ ଏହି ଅଂଚଳଗୁଡିକୁ କନଟେଂଟମେଂଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ଗୁଣପୁର ପୈାରାଂଚଳର ଶାନ୍ତିନଗର, ଗୋଲନାୟକ ସାହି, କୁମୁଟି ସାହି, ନୀଳଚକ୍ର ନଗର, ବ୍ରାହ୍ମଣ ସାହି, ପୁରୁଣା ଗୁଣପୁର, କନ୍ଧବାଉରୀ ସାହି, ଆଦର୍ଶ ନଗର ପ୍ରଥମ ଲାଇନ, ଫୁଲବଗିଚା ସାହି, ମେଡିକଲ କଲୋନୀ ସହ ଗୁଣପୁର ବ୍ଳକର ସିରିଝୋଲି ଗ୍ରାମ ପଂଚାୟତ ଅର୍ନ୍ତଗତ ଅମ୍ବାଗୁଡା, ବିଜୟପୁର, ଚିନ୍ତାଲଗୁଡା ଓ ସିରିଝୋଲି ଗ୍ରାମରେ ମଧ୍ୟ କନଟେଂଟମେଂଟ ଜୋନ ଘୋଷଣା କରାଯାଇଛି ।
ବର୍ତମାନ ଜିଲ୍ଳାର ବିଷମକଟ, ଗୁଣପୁର ଓ ଜେକେପୁର ଠାରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କେୟାରଗୁଡିକରେ ୬୧ଜଣ କରୋନା ପଜିଟିଭ୍ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏଥିସହ କରୋନା ଲକ୍ଷଣ ଦେଲେ ମେଡିକଲକୁ ନ ଯାଇ ନିକଟସ୍ଥ ୱାର୍ଡ କମିଟି ତଥା ଗ୍ରାମ୍ୟସ୍ତରରେ ଆଶାଦିଦିମାନଙ୍କୁ ନଚେତ ସରକାରଙ୍କ ୧୦୪ ନମ୍ବରକୁ ଅବଗତ କରାଇବା ପାଇଁ ସେ ନିବେଦନ କରିଛନ୍ତି ଫଳରେ ସ୍ଥାନୀୟ କଂଟାକ୍ଟରେ ବ୍ୟାପୁଥିବା ପଜିଟିଭ୍ ସଂଖ୍ୟାକୁ ହ୍ର୍ରାସ କରାଯାଇପାରିବ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in