ହାଇଓ୍ବା ଧକ୍କାରେ ବାଇକ ଆରୋହୀ ମହିଳା ମୃତ, ଚାଳକ ଗୁରୁତର

ଲାଞ୍ଜିଗଡ଼,୨୭/୭: ବିଶ୍ବନାଥପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ଭାଇ ଗୁରୁତର ହୋଇ ପଡିଛନ୍ତି । ରାଧେ କ୍ରସରର ଏକ ହାଇଓ୍ବା ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ମହିଳାଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ବିଶ୍ୱନାଥପୁରର ଜ୍ୟୋତି ପୋଡୱାଲ ଓ ତାଙ୍କ ବଡ ଭଉଣୀ ନମିତା ଜୈନ(୪୨) ଆମ୍ବାଦୋଳାରୁ ଘରକୁ ଫେରୁଥିବାବେଳେ ପୋଖରୀବନ୍ଧ ସ୍ଥିତ ରାଧେ କ୍ରସରର ଏକ ହାଇୱା ଗାଡି ଓଡି-୧୮(ଜି)୧୦୧୧ ବିଶ୍ୱନାଥପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବାବେଳେ ବିଶ୍ୱନାଥପୁର ବିଦ୍ୟୁତ ବିଭାଗ ଷ୍ଟ୍ରକଚର ପାଖରେ ମଟରସାଇକଲକୁ ଧକ୍କା ଦେଇଥିଲା। ଜ୍ୟୋତି ପୋଡୱାଲଙ୍କ ଭଉଣୀ ନମିତା ଜୈନ ହାଇୱା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଭାଇ ଜ୍ୟୋତି ପୋଡୱାଲ ଖଣ୍ଡିଆ ଖାବରା ହୋଇ ଗୁରୁତର ହୋଇଥିବା ଜଣାପଡିଛି। ଏହି ଘଟଣା ଘଟିବା ପରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଞ୍ଚଳବାସୀ ଦିର୍ଘ ଏକଘଣ୍ଟା ଅଟକାଇ ରଖିଥିଲେ। ତେବେ ଡ୍ରାଇଭର ଫେରାର ହୋଇଯାଇଛି।

ଖବର ପାଇ ବିଶ୍ୱନାଥପୁର ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା, ଆଇଆଇସି ରୁନୁ କୁମାରୀ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଗାଡି ଓ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏ ନେଇ ବିଶ୍ୱନାଥପୁର ଥାନାରେ ନଂ-୩୩/୨୦୨୦ ଆପିସି ୨୭୯/୩୦୪(ଏ)ରେ ଏକ କେସ୍ ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ସୁତ୍ରରୁ ପ୍ରକାଶ।

ଅନ୍ୟପଟେ ପ୍ରାୟ ଅଧିକାଂଶ ସମୟରେ ରାଧେ କ୍ରସରର ଭାରିଯାନ ସବୁ ଦୃତ ଗତିରେ ଯା’ଆସ କରିଥାନ୍ତି ଓ ଡ଼୍ରାଇଭର ମାନଙ୍କ ଖାମଖିଆଲି ଗାଡ଼ି ଚାଳନା ଯୋଗୁଁ ଏପରି ଛୋଟ ବଡ ଦୁର୍ଘଟଣା ଘଟି ଚାଲିଛି ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.