ଦାରପଟା ପଡା ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ, ଚମ୍ପାଦେଇପୁର ପଞ୍ଚାୟତ ୧୦୪ ଘଣ୍ଟା ସଟଡାଉନ

ଲାଞ୍ଜିଗଡ,୨/୮: ବିଶ୍ୱନାଥପୁର ପଞ୍ଚାୟତର ଦାରପଟା ପଡାକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ସରପଞ୍ଚ ପିଙ୍କି ସିରିକିକା। ଦାରପଟା ଠାରେ ଏକ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆ ଯାଇଛି। ତେଣୁ ଦାରପଟା ପଡାକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସିଲ୍ କରା ଯାଇଛି। ଏହି ସମୟ ମଧ୍ୟରେ ପଡ଼ାର ଯେ କୌଣସି ବ୍ୟକ୍ତି ଅନ୍ୟ ଗ୍ରାମକୁ ଯାଇପାରିବେ ନାହିଁ, ଏବଂ ଅନ୍ୟ ଗ୍ରାମର ବ୍ୟକ୍ତି ବିଶେଷ ପଡାକୁ ପ୍ରବେଶ କରିପାରିବେ ନାହିଁ ବୋଲି ବିଶ୍ୱନାଥପୁର ପୁର ପଞ୍ଚାୟତ ପକ୍ଷରୁ ଜାରି ପତ୍ର ସଂଖ୍ୟା-୧୦୦ ତା,୦୧/୦୮/୨୦୨୦ ରିଖରେ ଉଲ୍ଲେଖ ରହିଛି। ଉକ୍ତ ପଡାକୁ ସିଲ୍ କରିବା ସମୟରେ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୁନ୍ନାଙ୍ଗା, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ପୂର୍ବତନ ବ୍ଲକ ଉପାଦକ୍ଷ ଜଗଦୀଶ ବେନିଆଁ ଓ ବିଶ୍ୱନାଥପୁର ପୁଲିସ ଉପସ୍ଥିତ ଥିଲେ।

ସେହିପରି ଚମ୍ପାଦେଇପୁର ପଞ୍ଚାୟତକୁ ୧୦୪ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଫୁଲମତି ମାଝୀ। ଚମ୍ପାଦେଇପୁର ପଞ୍ଚାୟତ ପକ୍ଷରୁ ଜାରି ପତ୍ର ସଂଖ୍ୟା-୪୫ ତା,୦୧/୦୮/୨୦୨୦ ରିଖରେ ଉଲ୍ଲେଖ ରହିଛି ଯେ, ଲାଞ୍ଜିଗଡ଼ ବ୍ଲକରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୋଡ଼ାଶୀ ରାୟଗଡା ଜିଲ୍ଲାରେ ମଧ୍ୟ କରୋନା ପଜିଟିଭ ଆମଲା ଦିନକୁ ଦିନ ବଢି ଚାଲିଛି। ତେଣୁ ପଞ୍ଚାୟତବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଚମ୍ପାଦେଇ ପୁର ପଞ୍ଚାୟତକୁ ଅଗଷ୍ଟ ୧ ତାରିଖ ଅପରାହ୍ନ ୧ ଘଣ୍ଟା ଠାରୁ ବୁଧବାର ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବା ଓ କ୍ଷୀର ଦୋକାନକୁ ଏହି ବନ୍ଦରୁ ବାଦ ଦିଆଯିବ । ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ ନିଲେଶଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.