ରାମ ମନ୍ଦିର ଭୂମି ପୂଜନ ଅବସରରେ ସ୍ମାଇଲ୍ ସୋସାଇଟି ଆୟୋଜନ କଲା ପ୍ରାର୍ଥନା ସଭା

ବାଲେଶ୍ଵର,୬/୮(କୃଷ୍ଣ କୁମାର ମହାନ୍ତି): ଅଯୋଧ୍ୟାର ରାମମନ୍ଦିର ନିର୍ମାଣ ପାଇଁ ଦୀର୍ଘ ୩୦ ବର୍ଷ ଧରି ଯେଉଁ ଆଇନଗତ ବାଦବିବାଦ ଚାଲିଥିଲା, ସଂପ୍ରତି ତାର ଅନ୍ତ ଘଟିଛି। ଆଜି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ନୂଆ ଇତିହାସ ସୃଷ୍ଟି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ଏହି ପବିତ୍ର ଭୂମି ପୂଜନ ଅବସରରେ ବାଲେଶ୍ଵର ସ୍ଥିତ ‘ସ୍ମାଇଲ ସୋସାଇଟି’ ପରିବାର ତରଫରୁ ଏକ ପ୍ରାର୍ଥନା ସଭାର ଆୟୋଜନ କରା ଯାଇଥିଲା। କରୋନା ମହାମାରୀକୁ ଅବସରରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସମସ୍ତ ସାମାଜିକ ଦୂରତାକୁ ମାନି ଏହି ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା।କରୋନା ମହାମାରୀ ଦାଉରୁ ବିଶ୍ୱବାସୀଙ୍କୁ ରକ୍ଷା କରି ବିଶ୍ଵଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରାର୍ଥନା କରାଯାଇଥିଲା।

Udyog Nursery
Udyogi Nursery

ରାମ ମନ୍ଦିର ସ୍ଥାପନା ହେଲେ ବିଶ୍ଵରେ ଏକ ନୂତନ ସୂର୍ଯ୍ୟୋଦୟ ହେବ ବୋଲି କାମନା କରି ସ୍ମାଇଲ ସୋସାଇଟିର ସଭାପତି ଶୁଭମ୍ ସାଇ ମହାପାତ୍ର ଏହି ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ଏଥିରେ କୁମାର ଚିନୁ, ହ୍ରିତିକ ନାୟକ, ଅଭିଜିତ ବିଶ୍ଵାଳ, ଜଗନ୍ନାଥ ବେହେରା,ବିଶ୍ଵ ବେହେରା, ରଜତ ପାତ୍ର, ଦୁଷ୍ମନ୍ତ ପଣ୍ଡା, ପବନ ସେଠି, ଦେବୁ ଖଣ୍ଡେଲୱଲ, ଶୁଭ୍ରଜିତ୍, ଦେବ କଲ୍ୟାଣ, ଭିରିଜା ପ୍ରମୁଖ ଏହି ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.