ଲକଡାଉନ ନିୟମ ଉଂଲଘନ କରି ଜୋରିମାନା ଭରିଲେ ଦୋକାନୀ

୪ଟି ଦୋକାନରୁ ୨୨ହଜାର ଟଙ୍କା ଜୋରିମାନା ଆଦାୟ କଲା ପ୍ରଶାସନ

ରାୟଗଡ,୬/୮: ରାୟଗଡ ଜିଲ୍ଳାରେ ମହାମାରୀ କରୋନ ସଂକ୍ରମଣର ଭୟଭୟତାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳାରେ ଲକଡାଉନ ନିିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲକଡାଉନ ବେଳେ କୋଭିଡ-୧୯ଗାଇଡଲାଇନ ନିୟମକୁ ଉଂଲଘନ କରି ରାୟଗଡ ସହରର କପିଳାସ ଛକରେ ଥିବା ଷ୍ଟାଇଲ ବଜାର ନାମକ ଏକ ସପିଙ୍ଗ ମଲ୍ ଓ ମୁଖ୍ୟ ବଜାରରେ ଥିବା ଗୋଟିଏ ସୁନା ଦୋକାନ ସହ ଦୁଇଟି ଲୁଗା ଦୋକାନ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । ରାୟଗଡ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା, ପୈାର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ଓ ପୈାର କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ପୋଲିସ ଉପସ୍ଥିତିରେ ଏହି ଦୋକାନଗୁଡିକ ଉପରେ ଚଢାଉ କରାଯାଇ ଖୋଲାଯାଇଥିବା ୪ଟି ଦୋକାନକୁ ସିଲ୍ କରାଯାଇଥିଲା । ଷ୍ଟାଇଲ ବଜାରକୁ ୧୦ହଜାର ଟଙ୍କା ଓ ସୁନା ଦୋକାନକୁ ୧୦ହଜାର ଟଙ୍କା ଲେଖାଁଏ ଜୋରିମାନା ଆଦାୟ କରାଯାଇଥିବା ବେଳେ ଛୋଟ ଦୁଇଟି ଲୁଗା ଦୋକାନ ଠାରୁ ଏକ ହଜାର ଲେଖାଁଏ ୨ହଜାର ଟଙ୍କା ସମୁଦାୟ ୨୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ଏବଂ ଜିଲ୍ଳାପାଳଙ୍କ ନିର୍ଦ୍ଦେଶନୁଯାୟୀ ଆସନ୍ତା ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଦୋକାନ ସିଲ ରହିବ ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଥିବା ବେଳେ ମୁଖ୍ୟ ବଜାର ଠାରୁ ମା ମଝିଘରିଆଣୀ ମନ୍ଦିର ରାସ୍ତାରେ ଥିବା ଜଗନ୍ନାଥ ମନ୍ଦିର ନିକଟସ୍ଥ ଫିଲିଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଅଧିକାରୀମାନେ ଲୋକଙ୍କୁ କୋଭିଡ ଗାଇଡଲାଇନ ମାନି ଚଳିବାକୁ ପରାମର୍ଶ ଦେବା ସହ ଫିଲିଙ୍ଗ ଷ୍ଟେସନରେ ଗାଡି ଚାଳକ ବିନା ମାସ୍କରେ ଥିଲେ ପେଟ୍ରୋଲ କିମ୍ବା ଡିଜେଲ ନ ଦେବାକୁ ଫିଲିଙ୍ଗ ଷ୍ଟେସନ ମାଲିକ ଓ କର୍ମଚାରୀଙ୍କୁ କୁହାଯାଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ସୂଚନା ଦେଇଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ Odiabarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.