କିଡନି ରୋଗର ଭୟାବହତା ନେଇ ରିପୋର୍ଟ ପ୍ରକାଶ ପାଇବାପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ
କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାତୃପୁରୀ ଠାରେ କିଡନି ରୋଗର ଭୟାବହତା ନେଇ ରିପୋର୍ଟ ପ୍ରକାଶ ପାଇବାପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଗୋଟିଏ ପରିବାରର ୫ ଜଣଙ୍କ କିଡନି ରୋଗରେ ମୃତ୍ୟୁ ଭଳି ସ୍ପର୍ଶକାତର ଘଟଣା ଘଟିବା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିସାଳୟରୁ ଏକ ଟିମ୍ ଆସି ପାଣି ନମୂନା ସଂଗ୍ରହ କରିଥିଲେ । ପରେ ଆଉଥରେ ସ୍ୱାସ୍ଥ୍ୟ ଟିମ ଆସି ବ୍ଲଡପ୍ରେସର ଆଉ ସୁଗର ପରୀକ୍ଷା କରିଥିଲେ । ସୋମବାର ପୁଣି କର୍ଲାମୁଣ୍ଡା ସି.ଏଚ.ସିରୁ ଏକ ଟିମ ଯାଇ ହାଇବ୍ଲଡପ୍ରେସର ଓ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ଡାଃ ସୁଧାଂଶୁ କୁମାର ବେଦବାକ୍, ରଞ୍ଜନ ସାହୁ, ସ୍ୱାସ୍ଥ୍ୟକର୍ମୀ ଜଟିଳା ମଞ୍ଜରୀ ଲେଙ୍କା, ବିଜୟା ମାଝୀ, ଆଶାକର୍ମୀ ମୀନା ଗହୀର ଓ ଅଙ୍ଗନୱାଡି କର୍ମୀ ମଞ୍ଜୁଳା ଦାସ ସ୍ୱାସ୍ଥ୍ୟ ଟିମ୍ ରେ ସାମିଲ ଥିଲେ ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta