କୋକସରା,୨୦/୧: ଆଦିବାସୀ ସଂସ୍କୃତିର ମହାନ ବିଭବ ‘ଟୋକୀ ପର୍ବ’ ପାରଂପାରିକ ରିତିନିତି ଅନୁସାରେ କୋକସରା ବ୍ଲକର ସଂସ୍କୃତି ସଂପନ୍ନ ଗ୍ରାମ କୁସୁମଖୁଣ୍ଟି ଠାରେ ସମାପନ ହୋଇଯାଇଛି ।
ଆଜି ସମାପନ ଦିବସରେ ବିଭିନ୍ନ ଗାଁରୁ ଜାନୀ ଗୁରୁମା ମାନେ ଆସି ଏହି ପର୍ବରେ ଅଂଶ ଗ୍ରହଣ କରି ତାଙ୍କରି ପାରମ୍ପାରିକ କାର୍ଯ୍ୟ ସମାପନ କରିଥିଲେ। ଏହି ଉସ୍ଛବରେ ୩୨ ଟି ଗାଁରୁ ଜାନୀ ମାନେ ଯୋଗଦେଇଥିବା ବେଳେ ପ୍ରବଳ ଜନ ସମାଗମ ହୋଇଥିଲା । ସମସ୍ତ ଭକ୍ତ ଓ ସାଧାରଣ ଜନତା ଏହି ଉତ୍ସବ ସଂପନ୍ନ ହେବାପରେ ପ୍ରସାଦ ପାଇଥିଲେ ।
ଏହି କାର୍ଯ୍ୟ କ୍ରମରେ କୁସୁମଖୁଣ୍ଟି ଗ୍ରାମ୍ୟ ପୂଜା କମିଟିର ସଭାପତି ଲଖ୍ମଣ କୁମାର ବେହେରା, ସଂପାଦକ ରବିଚନ୍ଦ୍ର ଚଲାନ, ସ୍ଥାନୀୟ ସରପଞ୍ଚ ଇଂ ସୁଶିଲ କୁମାର ଶବର, ଗ୍ରାମବାସୀ ଓ ପୂଜାକମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିବାବେଳେ ଶାନ୍ତି ଶୃଙ୍ଖଲା ରକ୍ଷା କରିବାରେ କୁସୁମଖୁଣ୍ଟି ଯୁବ ଅନୁଷ୍ଠାନ,ମଜଦୁର ସଂଘର ସମସ୍ତ ସଦସ୍ୟ ଓ ପୋଲିସ ବାହିନୀ ସହଯୋଗ କରିଥିଲେ ।
Report by Hiranya Behera, Reporter odiabarta.in