ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ତ୍ତିଗଡ଼ ପଞ୍ଚାୟତର ମେରଡ଼ିକୁପା ଗାଁର ମିଚଲ ପାତ୍ର ଗତ ରବିବାର ଦିନ ନିଜ ଘରେ ଶୋଇ ଥିବା ସମୟରେ ରାତ୍ର ୧୧ ଘଣ୍ଟା ସମୟରେ ହଠାତ ବର୍ଷା ସହ ଭୀଷଣ ଝଡ ତୋଫାନ ହୋଇଥିଲା। ଯାହା ଫଳରେ ମିଚଲ ଓ ତାଙ୍କ ପରିବାର ଶୋଇଥିବା ଦୁଇଟି କୋଠରୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶି ଯାଇଥିଲା।
ଗୋଟିଏ କୋଠରୀରେ ୧୯ ଗୋଟି ଛେଳି ରହିଥିବା ବେଳେ ସେ ମଧ୍ୟରୁ ୯ ଗୋଟି ଛେଳିର କାନ୍ଥ ପଡି ମୃତ୍ୟୁ ଘଟିଥିଲା। ଅନ୍ୟ ଏକ କୋଠରୀରେ ମିଚଲ ପାତ୍ର, ତାଙ୍କ ସ୍ତ୍ରୀ ବାପା ଭଗବାନ ପାତ୍ର, ପୁଅ କେଶବ ପାତ୍ର, ରବି ପାତ୍ର, ଭାଇ ବୁଟି ପାତ୍ର ଓ ତାଙ୍କ ପୁଅ ଛବିପାତ୍ର ଶୋଇ ଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଏହି ଖବର ଜାଣି ଭୁର୍ତ୍ତିଗଡ଼ ସରପଞ୍ଚ ଘାସିରାମ ପାତ୍ର ଗାଁ ଲୋକଙ୍କ ସହାୟତାରେ କାନ୍ଥ ତଳେ ଚାପି ହୋଇଥିବା ଛେଳିଙ୍କୁ ଉଦ୍ଧାର କରି ଥିଲେ ମଧ୍ୟ ୯ ଗୋଟି ଛେଳିଙ୍କ ମୃତ୍ୟୁ ଘଟିଥିଲା। ଏପଟେ ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ବର୍ତ୍ତମାନ ଏହି ପରିବାର ଘର ଖଣ୍ଡେ ନଥିବା ଯୋଗୁଁ ପରିବାର ବହୁ କଷ୍ଟରେ ଦିନ କାଟୁଛନ୍ତି। ତେଣୁ ସରକାରଙ୍କ ସହାୟତା ସହିତ ଘର ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏନେଇ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଘଟଣା ପରେ ପଞ୍ଚାୟତ କର୍ମଚାରୀ ମାନେ କ୍ଷୟକ୍ଷତି ଆକଳନ କରିଛନ୍ତି।ସେମାନଙ୍କ ସହିତ ଆଲୋଚନା କରି ବ୍ଲକ ପକ୍ଷରୁ ଯାହା ସୁବିଧା ହେବ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in