ବଲାଙ୍ଗିର: ଉଚ୍ଚତର ଅଧ୍ୟୟନର ସ୍ବପ୍ନ ଦେଖୁଥିବା ଜଣେ ଝିଅର ସ୍ବପ୍ନକୁ ବାସ୍ତବତାର ଋପ ଦେବାରେ ସହଯୋଗ କରିଛନ୍ତି ଜଣେ ସରପଞ୍ଚ। ଆଜି ତାଙ୍କରି ଆର୍ଥିକ ସହଯୋଗ ଯୋଗୁଁ ସ୍ନାତକ ଶ୍ରେଣୀରେ ନାମ ଲେଖାଇ ପାରିଛି ଜଣେ ଛାତ୍ରୀ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ସିରୁଲ ପଞ୍ଚାୟତ ଅଧିନସ୍ଥ ଖଜୁରପଡା ଗାଁର। ଏହି ଗାଁର ଛବି ନାଗଙ୍କ ଝିଅ ଟିନା ନାଗ ଜଣେ ମେଧାବୀ ଛାତ୍ରୀ। ତେବେ କରୋନା ସଂକଟ ମଧ୍ୟରେ ଜୀବନ ଜୀବିକା ବିପନ୍ନ ହୋଇଥିବାରୁ ତାଙ୍କ ପାଠ ପଢାରେ ମଧ୍ୟ ଅନ୍ତରାୟ ସୃଷ୍ଟି ହୋଇଥିଲା। ଅର୍ଥାଭାବରୁ ସେ ସ୍ନାତକ ଶ୍ରେଣୀରେ ନାମ ଲେଖାଇ ପାରିନଥିଲେ। କିନ୍ତୁ ପରିଶେଷରେ ଝିଅଟିର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅର୍ଥାଭାବ। ତାଙ୍କର ପାଠପଢିବା ଝୁଙ୍କ୍ କୁ ସାକାର କରିବାରେ ସାହାଯ୍ୟ କଲେ ଟିଟିଲାଗଡ଼ ବ୍ଳକ ସରପଞ୍ଚ ସଂଘ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସରପଞ୍ଚ ସଂଘ ସମ୍ପାଦକ ବୀରବର ସାହୁ। ସେ ଛାତ୍ରୀ ଜଣଙ୍କ ଉଚ୍ଚତର ଅଧ୍ୟୟନର ସ୍ବପ୍ନକୁ ପୁରଣ କରିବା ପାଇଁ ସହଯୋଗର ହାତ ବଢାଇଥିଲେ। ତାଙ୍କରି ଆର୍ଥିକ ସହାୟତାରେ ଟିନା ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ନାମ ଲେଖାଇ ପାରିଛନ୍ତି। ଏହାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଶ୍ରୀଯୁକ୍ତ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in






