ଆଦିସ୍କନ୍ଦ ସମାଜର ବ୍ଲକସ୍ତରୀୟ ବୈଠକ

କଳାହାଣ୍ଡି, (ହେମନ୍ତ ସାହୁ): ଆଦିସ୍କନ୍ଦ ସମାଜର ବ୍ଲକସ୍ତରୀୟ ବୈଠକ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଗ୍ରାମ ପଂଚାୟତର କାପକୁପାଠାରେ ଅନୁଷ୍ଠିତ ହେଇଯାଇଛି । ପଦମସିଂ ମାଝୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଧନସିଂ ମାଝୀ ଯୋଗଦେଇଥିବାବେଳେ ଦ୍ରୋଣାଚାର୍ଯ୍ୟ ମାଝୀ ମଂଚ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu


ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ରାମ ମାଝୀ, ଦୁର୍ଯ୍ୟୋଧ ମାଝୀ, ସିଲି ମାଝୀ, ସାଧୁରାମ ମାଝୀ, ବୀର ମାଝୀ, ସାରୁଙ୍ଗା ମାଝୀ, କ୍ଷେତ୍ରୀ ମାଝୀ, ବେଣୁଧର ମାଝୀ, ସୁଦର୍ଶନ ମାଝୀ, ମୋହନ ମାଝୀ, ରାଜୀବ ମାଝୀ, ଦାଶରଥୀ ମାଝୀ, ଯୁଗେଶ୍ୱର ମାଝୀ ଯୋଗଦେଇ ଆଦିବାସୀ କନ୍ଧ ସଂପ୍ରଦାୟର ସଂସ୍କୃତି, ପରମ୍ପରା, ରୀତିବିଧି ଉପରେ ବିଷଦ ଆଲୋକପାତ କରିଥିଲେ । ବଣପାହାଡ଼ ଉପରେ ରହୁଥିବା ସଦର ଅଂଚଳର କନ୍ଧ ପରିବାରର ବିବାହ, ପର୍ବପର୍ବାଣୀ, ଯାନିଯାତ୍ରା ଏକ ପ୍ରକାର ଥିବା ବକ୍ତାଗଣ ମତବ୍ୟକ୍ତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


କନ୍ଧ ସଂପ୍ରଦାୟର ନବାନ୍ନ, ମହୁଲଖିଆ, ସେମିନୂଆ, କାନ୍ଦୁଲ ଭଜା, ଗୁର୍ଜୀ ନୂଆ, କାଦୋ ଯାତ୍ରା, ଚଉଳଧୁଆ, ପୋଢ ଯାତ୍ରା, ଟାକୁଆ ଭଜା, ଡ଼ଙ୍ଗର ଯାତ୍ରା, ଉପେନପୂଜା ଇତ୍ୟାଦି ବିଭିନ୍ନ ପର୍ବପର୍ବାଣୀ ଉପରେ ଆଲୋଚନା ସହିତ ସମସ୍ତେ କେମିତି ସଂଗଠିତ ହେଇରହିବେ ସେଦିଗରେ ବିଶେଷ ଦୃଷ୍ଟି ଦିଆଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସିଲି ମାଝୀ, ସାରୁଙ୍ଗା ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.