କାଶିପୁରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

କାଶିପୁର: କାଶିପୁର ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୧୯-୨୦୨୦ ଏବଂ ୨୦୨୦-୨୦୨୧ ହୋଇ ଥିବା ମନରେଗା ଭଳି ଅନେକ ଯୋଜନା ରେ ବ୍ୟାପକ ଅନିୟମିତତା, ଦୁର୍ନୀତି, ଜାଲିଆତି ଓ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି।


କାଶିପୁର ପଞ୍ଚାୟତ ଅଧିନରେ ଥିବା ପରଜା ଶିଳା, ରତାପଦା ଓ କୁମ୍ଭାର ଶିଳା ଗ୍ରାମରେ ମନରେଗା (MGNREGS) ଯୋଜନାରେ ନିର୍ମାଣ ହୋଇଥିବା କେନାଲ, ଡ୍ରେନ, ଚ୍ୟାକ ଡେମ୍, ନଦୀ ପାହାଚ ଓ ଅଙ୍ଗନବାଡ଼ି ଗୃହ ଭଳି ବିଭିନ୍ନ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟରେ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି।


ମନରେଗା ଯୋଜନାରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବାବେଳେ ନିମ୍ନମାନର ନିର୍ମାଣ ଯୋଗୁଁ ଏହା ନିକଟ ଭବିଷ୍ୟତରେ ଭୁଶୁଡି ଯିବାର ସମ୍ଭାବନା ଥିବାରୁ କାଶିପୁର ବିଡ଼ିଓ ଏବଂ ଏଇ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ କାଶିପୁର ବିଡିଓ ଶରତ କୁମାର ରଇତ ଓ ଏଇ ଜି.ଟି. ରାଓ ଉକ୍ତ କାର୍ଯ୍ୟକୁ ତଦାରଖ ପାଇଁ ପ୍ରତ୍ୟେକ ଅଞ୍ଚଳକୁ ପରିଦର୍ଶନ କରି ସମସ୍ତ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ। ବର୍ଷକ ପୂର୍ବେ ନିର୍ମାଣ ହୋଇଥିବା କାର୍ଯ୍ୟକୁ ପୁଣି ଥରେ ଉପରେ ମରାମତି କାମ କରି ସରକାରୀ ଟଙ୍କା କୁ ହଡ଼ପ କରାଯାଇଥିବା ବେଳେ ଏକକାଳୀନ ଦୁଇଟି ପୃଥକ କାର୍ଯ୍ୟକୁ ପରିପ୍ରକାଶ ନିମନ୍ତେ ଗୋଟିଏ ନାମ ଫଳକରେ ଲେଖା ହୋଇଥିବା ନଜରକୁ ଆସିଥିଲା।

ଯାହାକି ଉଭୟ ଅଧିକାରୀଙ୍କୁ ବିସ୍ମିତ କରିଥିଲା। ଏ ସମ୍ପର୍କରେ କାଶିପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପଚାରି ବୁଝିବାରୁ ଶ୍ରୀ ରଇତ ଅତି ଶୀଘ୍ର ଜେଇଙ୍କୁ ଚିଠି କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


କାଶିପୁର ବ୍ଲକ ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.