ବିଜେଡିର ମହିଳା ସମାବେଶ: ଏକତ୍ର ହେଲେ ମହିଳା, ଯୁବ ଓ ଛାତ୍ର

ବିଜୟରେ ରହିବ ମାତୃ ଶକ୍ତିଙ୍କ ମୁଖ୍ୟ ଭୂମିକା

ନୂଆପଡା: ଜିଲ୍ଲାର କୋମନା ବ୍ଲକ ୨ ନମ୍ବର ଜୋନରେ ଆସନ୍ତା ୨୪ ତାରିଖରେ ଜିଲ୍ଲା ପରିଷଦ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପାଇଁ ୩ ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି। କୁରୁମପୁରୀ ଠାରେ ନୂଆପଡା ଜିଲ୍ଲା ବିଜେଡି ତରଫରୁ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ଆହ୍ବାନ କ୍ରମେ ଏକ ମହିଳା ସମାବେଶ ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu


ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ମହିଳା ସମାବେଶରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ମୁଖ୍ୟ ଅତିଥି, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶଚନ୍ଦ୍ର ପଣ୍ଡା (ଟିଟୁ ), ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଉପାଧ୍ୟାକ୍ଷ ଭାନୁ ପ୍ରତାପ ସିଂ ମାଝୀ, ବିଜେଡି ମହିଳା ସଭା ନେତ୍ରୀ ସରସ୍ବତୀ ବାଗ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ନିଗମ, ଜିଲ୍ଲା ପରିଷଦ ସଭ୍ୟା ଭୁଗୁଲି ସୁନାନୀ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବରିଷ୍ଠ ବିଜେଡି ନେତା କାର୍ତିକ ଦୀପ, ସୁଧୀର ମିଶ୍ର, କ୍ଷିତୀଶ ବୋଧଙ୍କର, କାଳିଆ ପ୍ରଧାନ, ରମାକାନ୍ତ ଠାକୁର, ହେମନ୍ତ କର, ମୁରଲୀଧର ଭୋଇ,ଅନନ୍ତ ସାହୁ, ଜୟ ପ୍ରକାଶ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମହିଳା ଶକ୍ତି ହେଉଛି ବିଜେଡିର ମୂଳ ଶକ୍ତି। ମହିଳାଙ୍କୁ ଆତ୍ମ ନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଭୂମିକା ରହିଛି। ଏଥି ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଇଛି, ଯଥା ଏସ.ଏଚ.ଜି ଗ୍ରୁପ ଧାନ କିଣିବା, ନିର୍ବାଚନ ରେ ୫୦ ପ୍ରତିଶତ ରିଜର୍ଭେସ ଦେବା ଇତ୍ୟାଦି।


ମହିଳାଙ୍କୁ ବିଜେଡି ସରକାର ସବୁବେଳେ ସମ୍ମାନ ଦେଇ ଆସୁଛି। ମହିଳାଙ୍କ ଆଶୀର୍ବାଦରେ ବିଜେଡି ଓଡିଶାରେ ୫ ଥର ସରକାର ଗଢିବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟ ଅତିଥି ପୁଷ୍ପେନ୍ଦ୍ର ସିଂ ଦେଓ ନିଜ ଅଭିଭାଷଣ ରେ ବ୍ୟକ୍ତ କରିଥିଲେ। ଆସନ୍ତା ଉପ ନିର୍ବାଚନ ରେ ମହିଳା ଶକ୍ତିଙ୍କ ଆଶୀର୍ବାଦରେ ବିଜୟର ଶଙ୍ଖ ବାଜିବ ବୋଲି ବିଧାୟକ ଢୋଲକିଆ ଉଦବୋଧନ ଦେଇଥିଲେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ କାଣ୍ଡେତରା ଗାଁର ଯୁବକ ମାନେ ବିଜେଡିରେ ଯୋଗଦାନ କରିଥିଲେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.