କାଶିପୁରରେ ‘ଉନ୍ନତ’ ଉପରେ ବ୍ଲକସ୍ତରୀୟ ପ୍ରକଳ୍ପ ଶୁଭାରମ୍ଭ କର୍ମଶାଳା

ରାୟଗଡ/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‍ ୟୁଏଆଇଏଲର ଜୀବିକା ଉପାର୍ଜନ ପ୍ରୟାସ ‘ଉନ୍ନତ’ର କାର୍ଯ୍ୟକାରିତା କାଶିପୁରରେ ତ୍ୱରାନ୍ୱିତ ହୋଇଛି ଏବଂ ଏହି ଉପଲକ୍ଷେ ନିକଟରେ ଏକ ବ୍ଲକସ୍ତରୀୟ ପ୍ରକଳ୍ପ ଶୁଭାରମ୍ଭ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି କାଶିପୁରରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ଏବଂ ପ୍ରକଳ୍ପ ସମ୍ପର୍କରେ ସରକାରୀ ଅଧିକାରୀ, ପିଆରଆଇ ସଦସ୍ୟମଣ୍ଡଳୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ଏ ସମ୍ପର୍କରେ ସଚେତନ କରାଇବା । ଏହି ଅବସରରେ ସରକାରୀ ଯୋଜନାଗୁଡିକ ସହିତ ଏହାର ସମ୍ମିଶ୍ରଣ ସୁଯୋଗ ସମ୍ଭାବ୍ୟତା ଅନୁଧ୍ୟାନ ଉପରେ ମଧ୍ୟ ଦୃଷ୍ଟିନିବଦ୍ଧ କରାଯାଇଥିଲା ।

Omkar Vasthu
Omkar Vasthu


ପ୍ରୋଜେକ୍ଟ ଉନ୍ନତ ମୋଟାମୋଟି ଆଭିମୁଖ୍ୟ ସହିତ ଲକ୍ଷ୍ୟ, ପରିଣାମ, କାର୍ଯ୍ୟକ୍ରମର ସବିଶେଷ ବିଷୟବସ୍ତୁ, ବଜେଟ ଆବଣ୍ଟନ ଏବଂ ସରକାରୀ କାର୍ଯ୍ୟକ୍ରମ ସହିତ ସମ୍ମିଶ୍ରଣ ଆଦି ସମ୍ପର୍କରେ ସିୱାଇଏସ୍‍ଡି (ସେଣ୍ଟର ଫର ୟୁଥ୍‍ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ) ଦ୍ୱାରା ବ୍ୟାଖ୍ୟା କରାଯାଇଥିଲା ।
ସରକାରୀ ଅଧିକାରୀଗଣ ସେମାନଙ୍କର ବିଭିନ୍ନ ବିଭାଗ ପକ୍ଷରୁ ଉପଲବ୍ଧ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିବା ସହିତ ଏହି ପ୍ରକଳ୍ପକୁ ସମସ୍ତ ସମ୍ଭାବ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ରାୟଗଡା ପିଏ ଆଇଟିଡିଏ ଶ୍ରୀ ଟୁକୁ ବାରିକ, କାଶିପୁର ଏବିଡିଓ ଶ୍ରୀ ବଳରାମ ପାତ୍ର, କାଶିପୁର ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ରୁଆଇ ମାଝୀ, ୟୁଏଆଇଏଲ କମ୍ୟୁନିଟି ରିଲେସନ ଆଣ୍ଡ ସଷ୍ଟେନେବିଲିଟି ଜିଏମ୍‍ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ସିୱାଇଏସ୍‍ଡି ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କୁମାର ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।

Pearl dental clinic
Near Ashish Medical Store, Bhawanipatna


କାଶୀପୁରର ସହକାରୀ କୃଷି ଅଧିକାରୀ, କାଶିପୁର ସହକାରୀ ଉଦ୍ୟାନକୃଷି ଅଧିକାରୀ, କାଶୀପୁର ବ୍ଲକ ଗୋସମ୍ପଦ ଚିକିତ୍ସାଧିକାରୀ, ଓଡ଼ିଶା ଉଠାଜଳସେଚନ ନିଗମ କାଶୀପୁର ବ୍ଲକ ଜେଇ ଏବଂ କାଶୀପୁର ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମଧ୍ୟ ଏଥିରେ ସରକାରୀ ବିଭାଗଗୁଡିକ ପକ୍ଷରୁ ଉପସ୍ଥିତ ଥିଲେ । କାଶୀପୁରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଦିଗରେ ୟୁଏଆଇଏଲ ଏବଂ ବିଆରଏଲ୍‍ଏଫର ପ୍ରୟାସକୁ ପ୍ରଶଂସା କରିବା ସହିତ ଜନସାଧାରଣଙ୍କର ସାମାଜିକ-ଅର୍ଥନୈତିକ ବିକାଶ ସମ୍ପର୍କିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ଫାଇଦାଗତ ଦିଗ ଉପରେ ବିସ୍ତୃତ ଭାବେ ପ୍ରକାଶ କରିଥିଲେ । ଉନ୍ନତ -ସିୱାଇଏସ୍‍ଡି ଟିମ୍‍ ଲିଡର ଶ୍ରୀ ରମେଶ ସ୍ୱାଇଁ ଏବଂ ତାଙ୍କ ଟିମ୍‍ ସମୁଦାୟ କର୍ମଶାଳା ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଚେଇପଦର, ହାଡିଗୁଡା, ଡୋଙ୍ଗାସିଲ, କୋଡିପାରି, ମାଇଁକଞ୍ଚ ଏବଂ ଚନ୍ଦ୍ରଗିରି ଆଦି ଛଅଟି ଗ୍ରାମପଞ୍ଚାୟତର ୫୨ ଏସଏଚଜି ନେତୃବୃନ୍ଦ ଏବଂ ପିଆରଆଇ ସଦସ୍ୟଗଣ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery


ଉନ୍ନତ- ଉତ୍କଳସ୍‍ ଆକ୍ସନ ଫର ଏଗ୍ରିକଲ୍‍ଚର ଟ୍ରାନ୍ସଫର୍ମେସନ ହେଉଛି ୟୁଏଆଇଏଲ୍‍ର ରାୟଗଡା ଜିଲାର କାଶୀପୁର ବ୍ଲକ ଏବଂ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକରେ ଏକ ଛାମୁଆ ଜୀବିକା ଉପାର୍ଜନ ପ୍ରୟାସ ଯାହା ଭାରତ ରୁରାଲ ଲାଇଭ୍‍ଲିହୁଡ ଫାଉଣ୍ଡେସନ (ବିଆରଏଲଏଫ) ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି କାଶୀପୁର ଓ ଥୁଆମୂଳ ରାମପୁରର ୧୫୦୦୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ପରିବାର ଏବଂ ଜଙ୍ଗଲ ଅଧିବାସୀଙ୍କ ଆୟକୁ ୪ବର୍ଷ ମଧ୍ୟରେ ଦ୍ୱିଗୁଣିତ କରିବା । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ତାହାର ପାରିପାଶ୍ୱର୍ିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚର ଭିତ୍ତିଭୂମି ସୃଷ୍ଟି ଆଦି ସିଏସ୍‍ଆର କାର୍ଯ୍ୟକଳାପ କାର୍ଯ୍ୟକାରୀ ତଥା ସାମାଜିକ ସମସ୍ୟାଗୁଡିକର ସମାଧାନ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଓଡ଼ିଶାର ୫୭ଟି ଗ୍ରାମରେ ୟୁଏଆଇଏଲ ୩୦,୦୦୦ରୁ ଅଧିକ ଜନସଂଖ୍ୟା
ସହିତ ନିୟୋଜିତ ରହିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.