ହମ୍ପସ୍‌ ନିକଟରେ କାରକୁ ପଛରୁ ଧକ୍କାଦେଲା ବୋଲେରୋ, ଯାତ୍ରୀ ସୁରକ୍ଷିତ

ବୌଦ୍ଧ: ଜାତୀୟ ରାଜପଥ ୫୭ର ବୌଦ୍ଧ ବ୍ଲକ ସାହାଜପାଲ ନିକଟ କନକପୁର ଛକ ନିକଟରେ ସମାନ ଦିଗରୁ ଆଗପଛ ହୋଇ ଆସୁଥିବା ଗୋଟିଏ କାରକୁ ଏକ ବୋଲେରୋ ଧକ୍କା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୨ ଘଂଟା ସମୟରେ ମନମୁଣ୍ଡା ଦିଗରୁ ବୌଦ୍ଧ ଆଡକୁ ଗୋଟିଏ କାର (ଓଡି ୦୮ ଏମ ୧୩୮୧) ଆସୁଥିବାବେଳେ ତା ପଛରେ ଆଉ ଗୋଟିଏ ବଲେରୋ (ଓଡି ୩୧ ୬୨୭୭) ଆସୁଥିଲା । କନକପୁର ଛକ ନିକଟରେ ଥିବା ହମ୍ପସ୍‌ ନିକଟରେ କାରଟି ଗତି କମାଇଥିଲା । ପଛରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋ କାର୍‌କୁ ପଛ ପାଖରୁ ଧକ୍କା ଦେଇଥିଲା । ଫଳରେ କାରର ପଛପାଖ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଗାଡିରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ ବାଉଁଶୁଣୀଥାନା ପୋଲିସ ଉଭୟ ଗାଡିକୁ ଥାନାକୁ ନେଇ ବୁଝାମଣା କରାଉଥିବା ସୁଚନା ମିଳିଛି ।

Omkar Vasthu
Omkar Vasthu

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.