ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ: ଚାରିଛକ-ଛତ୍ରଙ୍ଗ ରାସ୍ତାର ବାଇଶିପଡା ପୋଲ ନିକଟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୦ଟା ସମୟରେ ଚାରିଛକ-ଛତ୍ରଙ୍ଗ ରାସ୍ତାରେ ଓଡ଼ି ୦୭ ଏଚ ୨୭୭୧ ନମ୍ବର୍ ବିଶିଷ୍ଟ ଏକ ଟ୍ରକ୍ ଯାଉଥିବା ବେଳେ ବାଇଶି ପଡା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛକୁ ଧକ୍କା ଦେଇଥିଲା। ସୂଚନା ଅନୁଯାୟୀ ଗାଡିର ଷ୍ଟେରିଙ୍ଗ ଫେଲ୍ ହୋଇ ଯିବାରୁ ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଗାଡିରୁ ତଳକୁ ଡେଇଁ ପଡି ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

Omkar Vasthu
Omkar Vasthu

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.