ଦର୍ଶନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୂଅ
ମାଟି ଖୋଳିବା ସମୟରେ ବାହାରିଥିଲା ଶିବ ଲିଙ୍ଗ
ବୌଦ୍ଧ: ବୌଦ୍ଧ ସହର ବାଇପାସ୍ ରାସ୍ତା ପାଇଁ ମାଟି ଖୋଳିବା ସମୟରେ ଜଗଦିଶପୁର ନିକଟରେ ଏକ ଶିବ ଲିଙ୍ଗ ବାହାରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମୂର୍ଷୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଟୁପାଲି – ବଘିଆପଡା ରାସ୍ତାର ଜଗଦୀଶପୁର ଗ୍ରାମ ନିକଟରେ ବୌଦ୍ଧ ସହର ବାଇପାସ୍ ରାସ୍ତା ପାଇଁ ମାଟି ଖୋଳାଚାଲିଥିଲା। ଏହି ସମୟରେ ମାଟି ଭିତରୁ ଏହି ଶିବଲିଙ୍ଗ ବାହାରିଥିବା ପ୍ରଚାରିତ ହେବା ପରେ ଦର୍ଶନ ପାଇଁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସତରେ ଶିବଲିଙ୍ଗ ବାହାରିଛି ନା ମାଟି ଗାତରେ କେହି ରଖି ଦେଇଛି ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in