ବାଟରେ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଅନ୍ଧାର ହେବାରୁ ରଥ ଟାଣିବାରେ ଅମଙ୍ଗ ହେଲେ ଖରଡା ସେବାୟତ

ଭୁବନେଶ୍ବର: ଆଜି କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଯାତ୍ରା ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ଟେଷ୍ଟ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ପୁଲିସଙ୍କୁ ରୁକୁଣା ରଥ ଟାଣିବା ପାଇଁ ଅନୁମତି ଦିଆଯାଇଥିଲା। ତେବେ କମିଶନରେଟ୍‌ ପୁଲିସ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମୟ ସନ୍ଧ୍ୟା ୭ଟାରେ ମାଉସୀ ମା’ ତଥା ରାମେଶ୍ବର ମନ୍ଦିରରେ ପହଞ୍ଚି ପାରିଲା ନାହିଁ ରୁକୁଣା ରଥ। ଶ୍ରୀଜୀଉ ରଥାରୁଢ଼ ହେବା ପରେ ରଥଟଣା ବିଳମ୍ବରେ ଆରମ୍ଭ ହୋଇଥିଲା। ଅନ୍ଧାର ହୋଇଯିବାରୁ ଗୋସାଗରେଶ୍ୱର ଛକର ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ। ଅନ୍ଧାର ହେଲା ବୋଲି ରଥ ଟଣା ବନ୍ଦ କରିଦେଲେ ଭୋଇ ସେବାୟତ। ଆଜି ସନ୍ଧ୍ୟା ୬ଟା୨୪ ମିନିଟ୍‌ ସମୟରେ ଗୋସାଗରେଶ୍ବର ରେ ପହଞ୍ଚିଥିଲା ରୁକୁଣା ରଥ।

ଗୋସାଗରେଶ୍ବର ସ୍କୁଲ ନିକଟ ପର୍ଯ୍ୟନ୍ତ ରଥ ଗଡ଼ିବା ପରେ ଖରଡ଼ା ସେବାୟତ ଅନ୍ଧାର ହୋଇଯାଇଥିବାରୁ ରଥ ଟାଣିବାକୁ ଅମଙ୍ଗ ହୋଇଥିଲେ। ଏହାପରେ ଆଜି ଆଉ ରୁକୁଣା ରଥ ଟଣା ହେବ ନାହିଁ ବୋଲି ଘୋଷଣା କରାଯାଇଥିଲା। ରଥ ନ ଟାଣିବା ନେଇ ଖରଡ଼ା ସେବାୟତଙ୍କୁ ଅନୁମତି ଦେବା ଓ ରଥ ରୋକିବା ଅନୁମତିକୁ ନେଇ ବିବାଦ ଦେଖାଦେଇଥିଲେ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡିସିପି ଉମାଶଂକର ଦାଶଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ମିଳିତ ଉଦ୍ୟମରେ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହୋଇଛି। ଆସନ୍ତାକାଲି କେତେବେଳେ ରଥ ଟଣା ଯିବ ସେଥିନେଇ ସେବାୟତ, ପୁଲିସ ପ୍ରଶାସନ ଓ ଜିଲା ପ୍ରଶସନ ମଧ୍ୟରେ ବୈଠକ ବସିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.