ପ୍ରଥମ ଓଡ଼ିଆ ଅଧିକାରୀ ଭାବେ ବିଶ୍ବ ସ୍ତରୀୟ ପାଞ୍ଚୋଟି ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର : ଓଡ଼ିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀ ବିଶ୍ବସ୍ତରୀୟ ପାଞ୍ଚୋଟି ଅନୁଷ୍ଠାନରୁ ସମ୍ମାନସୂଚକ ଡକ୍ଟରେଟ ପାଇବାରେ ପ୍ରଥମ ସରକାରୀ ପ୍ରଶାସନିକ ଅଧିକାରୀ । ଏହି ସମ୍ମାନ ବିଶ୍ଵଶାନ୍ତି, ମାନବିକ ଅଧିକାର ସୁରକ୍ଷା ଏବଂ ସମାଜସେବା ପାଇଁ ପ୍ରଦାନ କରାଯାଇଛି । ସେ ଓଡ଼ିଶା ସରକାରଙ୍କ ଉପ ଶାସନ ସଚିବ ପାହ୍ୟାର ଅଧିକାରୀ ଏବଂ ସମ୍ପ୍ରତି ଓୟୁଏଟି ବିଶ୍ୱବିଦ୍ୟାଳୟରେ ବିତ୍ତୀୟ ଅଧିକାରୀ ରୂପେ କାର୍ଯ୍ୟରତ । ଦୀର୍ଘ କୋଡ଼ିଏ ବର୍ଷ ହେବ ମାନବିକ ମୂଲ୍ୟବୋଧ ଉପରେ କାର୍ଯ୍ୟ କରି ଆସୁଛନ୍ତି ।

Omkar Vasthu
Omkar Vasthu


ଦେଶ ଏବଂ ବିଦେଶରୁ ଶହେରୁ ଉର୍ଦ୍ଧ୍ବ ପ୍ରଶଂସା ପତ୍ର ଏବଂ ସନନ୍ଦ ପ୍ରାପ୍ତ ହୋଇ ସାରିଲେଣି । ପ୍ରତ୍ୟେକ ଅନୁଷ୍ଠାନ ତାଙ୍କର କାର୍ଯ୍ୟ କୁଶଳତା ଏବଂ କାର୍ଯ୍ୟ ଦକ୍ଷତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ହୁମନ୍ ବଟ ନାମକ ଭିନ୍ନକ୍ଷମ ସଂସ୍ଥା , ବିଶ୍ଵ ପିସ୍ କାଉନସିଲ୍ ଏବଂ ନେପାଳ ଗାନ୍ଧୀ ଶାନ୍ତି ସଂଗଠନ ଏହି ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିଛନ୍ତି । ନିକଟରେ ପଞ୍ଚମ ଡକ୍ଟରେଟ ପାଇବା ପରେ ସାମନ୍ତରାୟ ସାମାଜିକ ଗଣ ମାଧ୍ୟମରେ ଅତିରିକ୍ତ ଖୁସି ଜାହିର କରିଥିଲେ । ତାଙ୍କର ସରକାରୀ ଚାକିରି ସହିତ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.