ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ମଙ୍ଗଳପୁର ବ୍ୟାରେଜରୁ ରବି ଋତୁ ପାଇଁ ଜଳ ସେଚନ ବନ୍ଦ

ଜୟପାଟଣା: ଚଳିତ ରବି ଋତୁରେ ଜଳ ସେଚନ ପାଇଁ ମୁଖୀଗୁଡା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଦ୍ବାରା ମଙ୍ଗଳ ପୁର ବ୍ୟାରେଜରୁ ଉଭୟ ବାମ କେନାଲ ଓ ଦକ୍ଷିଣ କେନାଲ ରେ ଜାନୁଆରୀ ୬ତାରିଖ ଠାରୁ ଜଳସେଚନ ଆରମ୍ଭ କରାଯାଇଥିଲା। ଏହା ଦ୍ବାରା ଜୟପାଟଣା,ଧର୍ମଗଡ, କୋକସରା, ଜୁନାଗଡ, ଏବଂ କଳମ ପୁର ବ୍ଲକ ର ଚାଷୀ ରବି ଋତୁ ପାଇଁ ନିଜ ନିଜ ଜମି ରେ ଜଳସେଚନ କରି ଧାନ ଫସଲ କରିଥିଲେ। ଜଳସେଚନ ଅବଧି ଚଳିତ ମେ ମାସ ୬ ତାରିଖ ରେ ପୁରାଣ ହୋଇ ଯାଇଥିଲା। କିନ୍ତୁ ଚାଷୀ ମାନଙ୍କର ଅନୁରୋଧକୁ ଗ୍ରହଣ କରି ମୁଖୀଗୁଡା ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମେ ମାସ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଏବଂ ଶୁକ୍ରବାର ଠାରୁ ଉଭୟ ବାମ କେନାଲ ଓ ଦକ୍ଷିଣ କେନାଲରୁ ଜଳ ଯୋଗାଣ ବନ୍ଦ କରାଯାଇଥିବା ଜଣାପଡିଛି।

ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.