କୋରାପୁଟ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାପାଳଙ୍କ ସୂଚନା

କୋରାପୁଟ: ଆଜି କୋରାପୁଟ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮ରେ ପହଁଚିଛି । ତେବେ ଗ୍ରାମାଞ୍ଚଳରେ କୋଭିଡ଼ ପରୀକ୍ଷାକୁ ବ୍ୟାପକ କରାଯାଉଥିବା ଯୋଗୁଁ ଏପର୍ଯ୍ୟନ୍ତ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ମଧ୍ୟରେ ସଂକ୍ରମଣକୁ ମଧ୍ୟ ଚିହ୍ନଟ କରାଯାଇପାରୁଥିବା ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । ଚିହ୍ନଟ ହେବା ପରେ ସଂକ୍ରମିତ ବ୍ୟକ୍ତି କିପରି ଚିକିତ୍ସିତ ହୋଇପାରିବେ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ଗ୍ରାମାଞ୍ଚଳ ଲୋକଙ୍କୁ ନିକଟବର୍ତ୍ତୀ ଅଞ୍ଚଳରେ ସେବା ଯୋଗାଇଦିଆଯିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ, ଗାଁରୁ ସହରକୁ କାମ କରିବାକୁ ଆସୁଥିବା ଶ୍ରମିକମାନେ ମଧ୍ୟ ସହରରେ ସଂକ୍ରମିତ ହୋଇଥିବା ଆଶଙ୍କା କରି ସେମାନଙ୍କ ପରୀକ୍ଷାକୁ ମଧ୍ୟ ବ୍ୟାପକ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଗାଁ ଗହଳିକୁ ରାଜ୍ୟ ସୀମା ଆରପଟୁ ସଂକ୍ରମିତ ବ୍ୟକ୍ତିଙ୍କ ଅନୁପ୍ରବେଶକୁ ନିୟନ୍ତ୍ରିତ କରିବା ପାଇଁ ସୀମାରେ ଚେକପୋଷ୍ଟ ସ୍ଥାପନା ଜରିବା ସହ ଗ୍ରାମାଞ୍ଚଳରେ ସ୍ବେଚ୍ଛାସେବୀଙ୍କ ସହଯୋଗ ନିଆଯାଇଛି । କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ମେଡ଼ିକାଲ କଲେଜ ହସ୍ପିଟାଲରେ ଅମ୍ଳଜାନ ପ୍ରସ୍ତୁତି ଓ ବିତରଣ କେନ୍ଦ୍ର ସ୍ଥାପନା କରିବା ଦ୍ୱାରା ଜିଲ୍ଲାରେ ରୋଗୀଙ୍କୁ ଅମ୍ଳଜାନ ଯୋଗାଇଦେବା ସମ୍ଭବ ହେଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.