ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ହେବ କୋଭିଡ ଟିକାକରଣ

ଜୟପାଟଣା: ଜୟପାଟଣା ବ୍ଲକ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ର ୪୫ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା କାଲି (ଶୁକ୍ରବାର) କୋଭିଡ ଟିକା କରଣ କରାଯିବ। ଏଥିପାଇଁ କୋଭିଡ ଟିକା ନେବାକୁ ଥିବା ଉପରୋକ୍ତ ବୟସର ବ୍ୟକ୍ତିମାନେ ନିଜ ନିଜ ର ଆଧାର ଏବଂ ମୋବାଇଲ୍ ନମ୍ବର୍ ସାଙ୍ଗରେ ନେଇ କି ଆସିଥିବେ। ଆସନ୍ତା କାଲି ଶୁକ୍ରବାର ଦିନ ସକାଳ ୮ ଘଣ୍ଟା ରୁ ମଧ୍ୟାହ୍ନ ୧୨ ଘଣ୍ଟା ଯାଏଁ ଟିକାକରଣ ଚାଲିବ ବୋଲି ସୂଚନା ମିଳିଛି। ଗୋଟିଏ ଦିନରେ ୧୫୦ ରୁ ୨୦୦ ଜଣରେ ସମିତ ରହିବ। ଆଗରୁ କୋଭିଡ ଟିକା ନେବା ପାଇଁ ଉଛଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ଠିକା ନେଉଥିଲେ। ଏଣୁ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ଅଧୀନ ଗୋପାଳ ପୁର, ତାଳପତ୍ର, ରେଙ୍ଗାଲ ପାଲି ଗ୍ରାମର ଜନ ସାଧାରଣ କୋଭିଡ କେନ୍ଦ୍ର ଆସି ଟିକା ନେବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି।

ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.