ଦୁର୍ଗମ ପାହାଡ଼ପଦର ଓ ଲାଖବାହିଲିରେ ସ୍ବତନ୍ତ୍ର କୋଭିଡ଼ ଟୀକାକରଣ

ଲାଞ୍ଜିଗଡ: ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର କୋଭିଡ ଟୀକାକରଣ ଅଭିଯାନ ଆଗେଇ ଚାଲିଛି। ସେହି କ୍ରମରେ ଶନିବାର ଷଷ୍ଠ ଦିନରେ ପାହାଡ଼ପଦର ଗ୍ରାମ ପଞ୍ଚାୟତରେ ୧୮୩ ଜଣ ଓ ଲାଖବାହିଲି ପଞ୍ଚାୟତରେ ୧୪୦ ଜଣ କୋଭିଡ ଟିକା ନେଇଥିବା ଜଣାପଡିଛି। ଏହି ଦୁଇଟି ଗ୍ରାମପଞ୍ଚାୟତର ଅନେକ ଗାଁ ଦୂରଦୁରାନ୍ତରରେ ଥିବାବେଳେ ଅଧିକାଂଶ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ତେବେ ବ୍ଲକ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ମିଳିତ ପ୍ରୟାସ ପୁଣିଥରେ ଏହି ଅଭିଯାନ ସଫଳ ହୋଇଛି।


ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ମେଡିକାଲ ଅଫିସର ଡ଼ା. ଭବାନୀଶଙ୍କର ଲେଙ୍କାଙ୍କ ନେତୃତ୍ୱରେ ପରିଚାଳିତ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଦୁଇଟି ପଞ୍ଚାୟତର ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପଞ୍ଚାୟତ ନିର୍ବାହି ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ଓ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.