କରୋନା ଯୋଦ୍ଧାଙ୍କୁ ସାନିଟାଇଜର ବାଣ୍ଟିଲା ଲାଞ୍ଜିଗଡ଼ ପ୍ରେସ୍ କ୍ଲବ

ଲାଞ୍ଜିଗଡ଼: ନିୟମଗିରି ପର୍ବତାଞ୍ଚଳରେ ଥିବା ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତରେ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରିବା ସହିତ କୋଭିଡ ଟୀକାକରଣ ପାଇଁ ସଚେତନ କରାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଅଙ୍ଗନବାଡି, ଆଶା କର୍ମୀ ଓ ଓଡିଶା ଜୀବିକା ମିଶନର ଏମବିକେ ତଥା ସିଆର୍‌ପି ମାନେ। ରବିବାର ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ଟୀକାକରଣ କରାଯାଇଥିବାବେଳେ ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହୋଇଥିଲେ। ତେଣୁ ଏହି କରୋନା ଯୋଦ୍ଧାମାନଙ୍କ ସମର୍ପିତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ସାନିଟାଇଜର ବଣ୍ଟନ କରିଛି ଲାଞ୍ଜିଗଡ ପ୍ରେସ କ୍ଲବ।


ତ୍ରିଲୋଚନପୁର ଅଞ୍ଚଳରେ ବହୁ ବାଧାବିଘ୍ନ ସହି କାର୍ଯ୍ୟ କରୁଥିବା ଓଡିଶା ଜୀବିକା ମିଶନର ଏମ୍‌ବିକେ, ସିଆର୍‌ପିଙ୍କ ସହିତ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରେସ କ୍ଲବ ପକ୍ଷରୁ ସାନିଟାଇଜର ବଣ୍ଟନ କରାଯାଇଥିଲା। ଲାଞ୍ଜିଗଡ ପ୍ରେସ କ୍ଲବର କୋଷାଧ୍ୟକ୍ଷ ପରେଶ କୁମାର ନାୟକଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ସଦସ୍ୟ କ୍ଷମାନିଧି ମହାକୁଡ, ଗୋପାଳଦାସ ମହାନନ୍ଦ, କୋଦଣ୍ଡଧର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଲାଞ୍ଜିଗଡ଼ ପ୍ରେସ କ୍ଲବର ଏହି ନିଆରା କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ ନିଲେଶଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.