ଢେପଗୁଡା ଘାଟିରେ ଓଲଟିଲା କୋଇଲା ବୋଝେଇ ଟ୍ରକ, ଦୁର୍ଘଟଣାଗ୍ରସ୍ତ ହେଲା ୪୦୭

● ପୋଖରୀବନ୍ଧ-ଭବାନୀପାଟଣା ରାସ୍ତା ଅବରୋଧ

ଲାଞ୍ଜିଗଡ଼: ପୋଖରୀବନ୍ଧରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘାଟିରେ ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡିଛି। ଟ୍ରକଟି ଓଲଟି ପଡ଼ିବାର କିଛି ସମୟ ପରେ ଏହି ରାସ୍ତାରେ ଦୃତଗତିରେ ଯାଉଥିବା ଆଉ ଏକ ୪୦୭ ମିନି ଟ୍ରକ ଓଲଟି ପଡିଥିବା ଟ୍ରକଟିକୁ ଧକ୍କା ଦେଇ ଅଚଳ ହୋଇଯାଇଛି। ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ ଅବରୋଧ ଜାରି ରହିଥିବାବେଳେ ଘଟଣାସ୍ଥଳରେ ବିଶ୍ୱନାଥପୁର ପୁଲିସ ରାସ୍ତା ଅବରୋଧ ହଟାଇବାକୁ ପ୍ରୟାସ ଜାରି ରଖିଥିବା ଜଣାପଡିଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.